ନୂଆଦିଲ୍ଲୀ: ପ୍ରାୟତଃ ସୋସିଆଲ ମିଡିଆରେ ଏମିତି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ପ୍ରେରଣା ମିଳିଥାଏ। ଦୁଃଖ, କଷ୍ଟ, ଅସୁବିଧା ଅଛି କହି ଯେଉଁ ଲୋକମାନେ ଆଗକୁ ବଢ଼ି ନପାରି ରହି ଯାଇଥାଆନ୍ତି ସେମାନଙ୍କ ପାଇଁ ଏଭଳି ଭିଡିଓ ଖୁବ ପ୍ରେରଣା ଯୋଗାଇଥାଏ।
ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବକଙ୍କୁ ଦେଖିବାକୁ ମିଳୁଛି। ଏହି ଯୁବକଙ୍କ ଦୁଇ ହାତ ନଥିବା ବି ନଜରକୁ ଆସିଛି। ଏହା ସତ୍ତ୍ବେ ବି ସେ ଫଟୋଗ୍ରାଫି କରୁଛନ୍ତି। ଦିବ୍ୟାଙ୍ଗଙ୍କ ଅଦ୍ଭୁତପୂର୍ବ ଫଟୋଗ୍ରାଫି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆଉ ଉକ୍ତ ଦିବ୍ୟାଙ୍ଗ ଯୁବକଙ୍କୁ ନିଷ୍ଠାରସହ କାମ କରୁଥିବା ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
ଉକ୍ତ ଦିବ୍ୟାଙ୍ଗ ଯୁବକ ଜଣକ ଏକ ବିବାହ କାର୍ଯ୍ୟକ୍ରମରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି। ତେବେ ଦୁଇଟି ହାତ ନଥାଇ ବି ସେ ବିନା କୌଣସି ସାହାଯ୍ୟରେ ଅତି ଚମତ୍କାର ଭାବେ ଫଟୋ ଉଠାଉଥିବା ନଜରକୁ ଆସିଛି।
ये जनाब हरियाणा करनाल के महिंद्र उर्फ काका जी है।भाईसाहब मे परिस्थियों से लड़ने की गजब क्षमता है बहुत ही ऊर्जावान और मल्टी टेलेंटेड है। प्रोफेशनल फोटोग्राफर है साथ-साथ फोटोग्राफी इक्यूपमेंटस का सप्लायर भी है।इनको देखकर पोसिटिव वाइब्स का अनुभव होता है।अमित जी कहते है ख़ुद को इतना… https://t.co/H5fXyqVcqopic.twitter.com/wto519XzdI
— Harpal Singh Bhatia ਹਰਪਾਲ (@BhatiaHarpal) March 7, 2023
ଏହି ଭିଡିଓକୁ @BhatiaHarpal ନାମକ ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ଏହି ବ୍ୟକ୍ତି ଜଣକ ହରିୟାଣା କରନାଲର ମହିନ୍ଦ୍ର ଓରଫ କାକା ଜି ରହିଛନ୍ତି। ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯୁବକଙ୍କ ମଧ୍ୟରେ ଅଦ୍ଭୁତ କ୍ଷମତା ରହିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/୧-1.jpg)