ଅତ୍ୟାଧିକ ଭିଡିଓ ଗେମ ଖେଳିବା ଯୋଗୁଁ ମାନସିକ ବିକୃତିର ଶିକାର ହେଉଛନ୍ତି ଯୁବପିଢ଼ି
ନୂଆଦିଲ୍ଲୀ : ଏବେ ଯୁବପିଢ଼ି ଖେଳକୁଦ କରିବା ତଥା ବୁଲାବୁଲି କରିବା ଅପେକ୍ଷା ଘରେ ଭିଡ଼ିଓ ଗେମ୍ ଖେଳିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ପିଲାଙ୍କ ମଧ୍ୟରେ ବଢୁଛି ଅନଲାଇନ ଗେମର ଚାହିଦା । ବିଭିନ୍ନ ପ୍ରକାର କଂପ୍ୟୁଟର ଗେମରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି । ସାଇବର କେଫରେ ବଢୁଛି ଅନଲାଇନ ଭିଡିଓ ଗେମର କ୍ରେଜ । ଆଉଟଡୋର ଗେମ ଅପେକ୍ଷା ଏବଂ କାଉଣ୍ଟର ଷ୍ଟ୍ରାଇକ ରେସିଂ ଗେମ୍ ଏବଂ ଭାଟିକାନ ସିଟି ଭଳି ଥ୍ରିଡି ଓ ଥ୍ରିଲ୍ ଗେମରେ ପିଲାମାନେ ମନ ଦେଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅତ୍ୟଧିକ ଭିଡିଓ ଗେମ ଖେଳିବା ମାନସିକ ବିକୃତିର କାରଣ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ (ଡବ୍ଲୁଏଚଓ) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଡବ୍ଲ୍ୟୁଏଚଓ ରିପୋର୍ଟ ଉପରେ ମନସ୍ତତ୍ୱବିତ୍ମାନେ ମତ ରଖି କହିଛନ୍ତି ଏହି ରିପୋର୍ଟରେ ଥିବା ତଥ୍ୟରେ ବାସ୍ତବତା ରହିଛି । ମୁଖ୍ୟତଃ ଯୁବପିଢି ମାତ୍ରାଧିକ ଅନଲାଇନ ଗେମ ଖେଳି ମାନସିକ ସମସ୍ୟାର ଶିକାର ହେଉଛନ୍ତି। ମୁଣ୍ଡ ବିନ୍ଧା, ଅନିଦ୍ରା ଦୋଷ ଆଦି ରୋଗରୁ ଦୂରେଇ ରହିବାକୁ ହେଲେ ଆଉଟଡୋର ଗେମରେ ମନ ଦେଇ ମୋବାଇଲ ଏବଂ ଭିଡିଓ ଗେମରେ ସମୟ କମ୍ ଦେବା ଉଚିତ ।