ଜଣେ ସାଧାରଣ ମଣିଷ ନିଜ ଜୀବନକାଳରେ ଅନ୍ୟୂନ ୬୨୮୪ ଥର ଛୋଟ-ବଡ଼ ବେମାରିର ଶିକାର ହୋଇଥାଏ। ସାଧାରଣ ଥଣ୍ତା, ବାୟୁଦୋଷ, ମୁଣ୍ତ-ବିନ୍ଧା, ଅଣ୍ଟା-ଦରଜ, କଫ-କାଶ, କୃମିଦୋଷ ଭଳି ରୋଗ ଦ୍ବାରା ସମସ୍ତେ ନିୟମିତ ପୀଡ଼ିତ ହୋଇଥାନ୍ତି। ବ୍ରିଟେନ୍ର କେତେକ ଘରୋଇ ସ୍ବାସ୍ଥ୍ୟ ବୀମା ସ˚ସ୍ଥା ସହାୟତାରେ ସେଠାକାର ଲୋକଙ୍କ ଉପରେ ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣ ଫଳାଫଳ ଅନୁଯାୟୀ ୭୮.୫ ବର୍ଷ ବଞ୍ଚୁଥିବା ବ୍ରିଟନ୍ ବାର୍ଷିକ ୮୦ଟି ପର୍ଯ୍ୟନ୍ତ ସାଧାରଣ ରୋଗ ଭୋଗିଥାନ୍ତି। ବର୍ଷରେ ୨୧ ଥର ବେଦନା ଉପଶମକାରୀ ଔଷଧ ଗ୍ରହଣ କରନ୍ତି ଅର୍ଥାତ୍ ଜୀବନକାଳରେ ୧୬୪୯ ଥର ଏଭଳି ଔଷଧ ଖାଇଥା’ନ୍ତି। ପୁଣି ପ୍ରାୟ ସମସ୍ତେ ବାର୍ଷିକ ଅତି କମ୍ରେ ୧୯ ଥର ରକା, ୧୬ ଥର ମୁଣ୍ତ-ବିନ୍ଧା ଓ ୧୪ ଥର ପିଠି-ବିନ୍ଧା ଭଳି ଅତି ସାଧାରଣ ବେମାରି ଭୋଗିଥା’ନ୍ତି। ତା’ ଛଡ଼ା ପେଟ ଗୋଳମାଳ, ହଜମ ଜନିତ ଅସୁବିଧା, ନାକରୁ ରକ୍ତ ପଡ଼ିବା ମଧୢ ମଣିଷ କ୍ଷେତ୍ରରେ ସାଧାରଣ। ଏଭଳି ବେମାରି ଦ୍ବାରା ପୀଡ଼ିତ ରହୁଥିଲେ ହେଁ ସମସ୍ତେ ମନେକରନ୍ତି ଯେ ସେମାନଙ୍କଠାରେ କୌଣସି ଅସୁସ୍ଥତା ନାହିଁ। ପରିଣାମ ସ୍ବରୂପ ବଡ଼ ବଡ଼ ବେମାରିର ଶିକାର ହୋଇଥା’ନ୍ତି।
ଜୀବନକାଳରେ ମଣିଷ ୬୨୮୪ ଥର ରୋଗ ଭୋଗେ
/sambad/media/post_attachments/wp-content/uploads/2020/03/head-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)