ସୁସ୍ଥ ହେବା ପରେ ପୀଡିତଙ୍କ ମତ; କରୋନା ରୋଗ ସାଧାରଣ ଜ୍ୱର ଭଳି, ଡରିବାର କିଛି ନାହିଁ

ବେଙ୍ଗାଲୁରୁ: ବର୍ତ୍ତମାନ କରୋନାଭାଇରସ୍ ଆତଙ୍କ ସାରା ପୃଥିବୀକୁ ଘାରିଥିବା ବେଳେ ନୋବେଲ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଙ୍ଗାଲୁରୁର ଜଣେ ବାସିନ୍ଦା ଏବେ ଲୋକଙ୍କୁ ନଡରିବାକୁ କହିଛନ୍ତି | ଭେଙ୍କରା ରାଘବନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯କୁ ନେଇ ଭୟଭୀତ ହେବାର କିଛି ନାହିଁ | ରାଘବ, ଯିଏ ଲଣ୍ଡନର ହେଥ୍ରୋ ବିମାନବନ୍ଦରରୁ ଲସ୍ ଆଞ୍ଜେଲସ ଆସିବା ସମୟରେ ସଂକ୍ରମିତ ହୋଇଥିଲେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି | କୋଭିଡ-୧୯ ନିୟମିତ ଭାଇରାଲ୍ ଜ୍ୱର ପରି, ଏଥିରେ ଭୟଭୀତ ହେବାର କିଛି ନାହିଁ। ବିଚ୍ଛିନ୍ନତା କେନ୍ଦ୍ରରେ ଡାକ୍ତର ଏବଂ ନର୍ସ ରୋଗୀର ଯତ୍ନ ନେଉଥିବା ଭଳି ନିଜର ଯତ୍ନ ନେବାକୁ ପଡିବ ବୋଲି ରାଘବ କହିଛନ୍ତି।

ରାଘବଙ୍କ ଅନୁଯାୟୀ, ମାର୍ଚ୍ଚ ୮ରେ ମୁଁ ବେଙ୍ଗାଲୁରୁରେ ଅବତରଣ କରିବା ସମୟରେ ମୋତେ ଜ୍ୱର ହେବା ଭଳି ଅନୁଭବ ହୋଇଥିଲା। ସେହି ଦିନ ମୁଁ ଏକ ଡାକ୍ତରଖାନାକୁ ଯିବା ପରେ ସେଠାରେ ମୋର ଯାତ୍ରା ଇତିହାସ ନିଆଯାଇଥିଲା ଏବଂ ପରୀକ୍ଷା ପରେ ମୋର ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରଦିନ ମୋତେ ବିଚ୍ଛିନ୍ନତା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୋ ସଂସ୍ପର୍ଶରେ ଆସି ମୋ ପୁରା ପରିବାର କରୋନା ଆକ୍ରାନ୍ତ ହୋଇଥିବ ବୋଲି ଭାବି ସେମାନଙ୍କର ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା।

Coronavirus Outbreak Updates: Social distancing not enough ...
Firstpost

ସେ କହିଛନ୍ତି, “ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୁଁ ହେଥ୍ରୋ ବିମାନ ବନ୍ଦର ଦେଇ ଲସ୍ ଆଞ୍ଜେଲସ ଯାତ୍ରା କରିଥିଲି | ସେହି ସମୟରେ ମୁଁ ଅନେକ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲି । ହୁଏତ ସେଠାରୁ ମୁଁ କାହା କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, କର୍ଣ୍ଣାଟକ ଏପର୍ଯ୍ୟନ୍ତ ନୋବେଲ କରୋନାଭାଇରସର ୮୩ଟି ସକ୍ରିୟ ମାମଲା ରିପୋର୍ଟ କରିଛି। ଏଥିମଧ୍ୟରୁ ପାଞ୍ଚଟି ଡିସଚାର୍ଜ ହୋଇଥିବାବେଳେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର