ଆଜକୁ ପ୍ରାୟ ଷୋହଳ ବର୍ଷ ତଳର କଥା। ସେ ଦିନଟି ଥିଲା ପାପମୋଚନୀ ଏକାଦଶୀ। ସେଦିନ ଆମ ଗ୍ରାମର ଗ୍ରାମବାସୀ ତଥା ଶ୍ରୀକୃଷ୍ଣ ଲୀଳା ନାଟ୍ୟ ସ˚ଘର ସମସ୍ତ କଳାକାରଙ୍କର ମାନସିକ ପୂର୍ଣ୍ଣ ହୋଇଥିଲା। କଥାଟା ଏହିପରି। ଆମ ଗାଆଁର ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ଲୀଳା ନାଟ୍ୟ ସ˚ଘ, ଅଠରବାଟିଆ ଶତାଧିକ ବର୍ଷର ଏକ ପୁରାତନ ସା˚ସ୍କୃତିକ ଅନୁଷ୍ଠାନ। ସର୍ବଦା ଏହି ଅନୁଷ୍ଠାନରେ ନାଟ୍ୟ ସ˚ଘର କଳାକାରମାନଙ୍କ ଦ୍ବାରା ‘ଶ୍ରୀକୃଷ୍ଣ ଲୀଳା’ ନାଟକ ପରିବେଷିତ ହୋଇଆସୁଅଛି। ଶ୍ରୀକୃଷ୍ଣ ଲୀଳା ଯାତ୍ରା କେବଳ ଗାଆଁରେ କାହିଁକି ଗାଆଁ ବାହାରକୁ ଯାଇ ଆଜି ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରି ବହୁ ସୁନାମ ଅର୍ଜନ କରି ଆସିଛି। ଯାତ୍ରା ପାର୍ଟିର କଳାକାରମାନଙ୍କର ମାନସିକ ଥିଲା ପୁରୀ ସି˚ହଦ୍ବାର ସାମ୍ନାରେ ଥରେ ଯାତ୍ରା ପରିବେଷଣ କରନ୍ତେ।
ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଗଲା। ଦୀର୍ଘ ପଚାଶ ବର୍ଷ ଅତିବାହିତ ହୋଇଗଲା। ଯାତ୍ରା ପାର୍ଟିର ଆଦ୍ୟ କଳାକାର, ଅଧିକାରୀ, ମ୍ୟାନେଜର ଏ ଧରାଧାମରୁ ବିଦାୟ ନେଇଗଲେଣି, କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସି˚ହଦ୍ବାର ସାମ୍ନାରେ ଯାତ୍ରା ପରିବେଷଣ କରିବା ସମ୍ଭବ ହୋଇ ନ ଥିଲା। ଚାକିରି ଜୀବନରେ ପେଟ ପୋଷିବା ପାଇଁ ମୁଁ ସବୁବେଳେ ପ୍ରବାସରେ। ଗାଆଁ ସହ ସମ୍ପର୍କ କ୍ବଚିତ। ପର୍ବପର୍ବାଣି, ଭଲମନ୍ଦ ସମୟରେ କୁଣିଆ ପରି ଗାଆଁକୁ ଦୁଇ ଚାରିଦିନ ଆସି ଫେରିଯାଏ କର୍ମକ୍ଷେତ୍ରକୁ। ଗାଆଁରେ ଥିଲାବେଳେ ଯାତ୍ରା ଆଖଡ଼ା ଘରେ ସେହି ଅମୃତମୟ ସୁଲଳିତ ଗୀତ ଶୁଣିବାରେ ଏବ˚ ଯାତ୍ରା ପରିବେଷଣ ତଥା ରିହର୍ସାଲ ଦେଖିବାରେ ମୋର ଅହେତୁକ ଦୁର୍ବଳତା।
ଦିନକର ଘଟଣା। ଖରାବେଳ। ଯାତ୍ରା ଆଖଡ଼ା ଘରେ କଳାକାରମାନେ ଉପସ୍ଥିତ ଥାଆନ୍ତି। ସେମାନେ ମୋତେ କହିଲେ, ‘‘ତମେ ପୁରୀରେ ରହୁଛ। ସି˚ହଦ୍ବାର ସାମ୍ନାରେ କିପରି ଯାତ୍ରା ପରିବେଷଣ ହେବ ଟିକିଏ ଚେଷ୍ଟା କରନ୍ତନି!’’
‘ଚେଷ୍ଟା କରିିବି’ ବୋଲି କହି ଫେରିଲି ପୁରୀକୁ। ତେବେ ପୁରୀରେ ମୁଁ ନୂଆ। କାହାକୁ କହିବି। ଏତେ ବଡ଼ ଆୟୋଜନକୁ କିଏ ବା ସାଫଲ୍ୟମଣ୍ତିତ କରିପାରିବ। ଏହା ମଧ୍ୟ ନିରାଟ ସତ୍ୟ ଯେ ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା ନ ଥିଲେ ଗଛରୁ ପତ୍ରଟିଏ ବି ହଲେ ନାହିଁ। ଅତିବଡ଼ୀ ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି, ‘‘କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।’’
ପୁରୀରେ ଚାକିରି କରିଥିବା ସମୟରେ ଶ୍ରୀମନ୍ଦିର ଯାଏ। ରତ୍ନ ସି˚ହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରି ନିଜକୁ କୃତାର୍ଥ ମନେକରେ। ମନ୍ଦିର ପ୍ରବେଶ ପୂର୍ବରୁ ପ୍ରଭୁଙ୍କ ନିକଟରେ ଦୁଃଖ ଜଣାଇବାକୁ ଭାବି ଭାବି ଆସିଥାଏ। ତା ଚକା ଆଖିକୁ ଚାହିଁ କିଛି କହିପାରେନା। ସିଏ ତ ଅନ୍ତର୍ଯ୍ୟାମୀ। ଅନ୍ତର ବେଦନା ଜାଣନ୍ତି। ପ୍ରଭୁ ନିଶ୍ଚୟ ମୋ ଦୁଃଖ ଶୁଣିବେ। ‘‘ପ୍ରଭୁ! ସି˚ହଦ୍ବାର ସାମ୍ନାରେ କିପରି ଆମ ଗାଁ ଶ୍ରୀକୃଷ୍ଣ ଲୀଳା ଯାତ୍ରା ମଞ୍ଚସ୍ଥ ହୁଅନ୍ତାନି!’’ ଏହିପରି ପ୍ରଭୁଙ୍କ ଚରଣାରବିନ୍ଦରେ ଦୁଃଖ ଗୁହାରି ଜଣାଉଥାଏ। ପୁରୀରେ ପରଚିତ ବନ୍ଧୁମାନଙ୍କୁ ମଧ୍ୟ ଯାତ୍ରା ମଞ୍ଚସ୍ଥ କଥା କହି ନିରାଶ ହୁଏ।
ମନ୍ଦିର ପଶ୍ଚିମ ଭାଗରେ ପଣ୍ତିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ପୋୖରହିତ୍ୟରେ ପବିତ୍ର ଶ୍ରୀମଦ୍ ଭଗବତ୍ ଗୀତାର ଶ୍ଳୋକ, ବିଷ୍ଣୁ ସହସ୍ରନାମ, ଗୋପାଳଷ୍ଟକ ଇତ୍ୟାଦି ପାଠ ହେଉଥାଏ। ସତ୍ସଙ୍ଗରେ ଭକ୍ତମାନେ ରଥଶର୍ମା ମହୋଦୟଙ୍କର ଶ୍ଳୋକ ଉଚ୍ଚାରଣରେ ପାଳି ଧରନ୍ତି। ମୁଁ ମଧ୍ୟ ପାଳିଧରେ। ସେଇଠାରେ କେବଳ ସାକ୍ଷାତ ରଥଶର୍ମା ମହୋଦୟଙ୍କ ସହ। ସମୟ ଗଡ଼ି ଚାଲେ ତା ବାଟରେ। ଦୀର୍ଘ ଦିନ ବ୍ୟବଧାନ ପରେ ଦିନକର ଘଟଣା। ଆମ ଗାଁର ଜଣେ ବ୍ୟକ୍ତି ଗୋ-ବଧ ପାତକର ପ୍ରାୟଶ୍ଚିତ୍ତ ନିମନ୍ତେ ତା’ର ବନ୍ଧୁବାନ୍ଧବଙ୍କ ସହ ପୁରୀ ଆସିଥିଲେ। ଶ୍ରୀମନ୍ଦିରରେ ଅବଢ଼ା ମହାପ୍ରସାଦ ସେବନ ସାରି ଗାଆଁକୁ ଯିବା ପାଇଁ ପୁରୀ ରେଳ ଷ୍ଟେସନ୍ରେ ଗାଡ଼ିର ଯୋଉ ବଗିରେ ଚଢ଼ିଲୁ ରଥଶର୍ମା ମହୋଦୟ ତାଙ୍କର ଜଣେ ବନ୍ଧୁଙ୍କୁ ବିଦାୟ ଦେବା ପାଇଁ ସେହି ବଗିରେ ବସିଥାଆନ୍ତି। ତାଙ୍କୁ ନମସ୍କାର ଜଣାଉ ଜଣାଉ ସେ ପ୍ରଶ୍ନକଲେ, ‘‘କ’ଣ ଭଲ ଅଛ! ଚିହ୍ନି ପାରୁନ!’’ ମୁଁ ମୁଣ୍ତ ହଲାଇ ‘ହଁ’ କରିଲି।
ମନେ ମନେ ଚିନ୍ତାକଲି, ମହାଶୟ ଶ୍ରୀଜଗନ୍ନାଥ ସ˚ସ୍କୃତିର ଜଣେ ଗବେଷକ ଏବ˚ ପ୍ରଚାରକ ମଧ୍ୟ। ସି˚ହଦ୍ବାର ସାମ୍ନାରେ ଯାତ୍ରା ମଞ୍ଚସ୍ଥ କରିବା କଥା ତାଙ୍କୁ କହିବି କି? ତାଙ୍କୁ କହିଲି, ‘‘ଆଜ୍ଞା ଗୋଟିଏ ଅନୁରୋଧ। ଆମ ଗାଆଁ ଶ୍ରୀକୃଷ୍ଣ ଲୀଳା ଯାତ୍ରା ପାର୍ଟି ଦୀର୍ଘ ଏକଶହ ବର୍ଷର ପୁରାତନ ଅନୁଷ୍ଠାନ। ଓଡ଼ିଆ ଶ୍ରୀମଦ୍ ଭଗବତ୍ ଗୀତାର ପଙ୍କ୍ତି ପରିବେଷଣ କରାଯାଏ। ବହୁତ ଶ୍ରୁତି ମଧୁର। ଆମର ମାନସିକ ଅଛି ସି˚ହଦ୍ବାର ସାମ୍ନାରେ ଯାତ୍ରା ମଞ୍ଚସ୍ଥ କରିବୁ। ପୁରୀରେ ଆମେ ଅପରିଚିତ। ଯାତ୍ରା କରିବା ପାଇଁ ଆମେ କୋୖଣସି ପାରିତୋଷିକ ଚାହୁଁ ନାହୁଁ। କେବଳ ଆପଣଙ୍କର ସହାୟତା ଏବ˚ ସମ୍ପୂର୍ଣ୍ଣ ସହଯୋଗ ଆଶାକରୁଛୁ। ସେ ସମ୍ମତି ଜଣାଇ ତାଙ୍କର ଟେଲିଫୋନ୍ ନମ୍ବର ଦେଇ କହିଲେ ମଝିରେ ମଝିରେ ମୋ ସହ ଯୋଗାଯୋଗ କରୁଥିବ। ସେ ଏକ କାଗଜରେ ଲେଖିଦେଲେ ଯାତ୍ରା ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀ (ପାପମୋଚନୀ ଏକାଦଶୀ) ଦିନ ସି˚ହଦ୍ବାର ସାମ୍ନାରେ ମଞ୍ଚସ୍ଥ ହେବ। ମନରେ ଉତ୍କଣ୍ଠା ବଢ଼ି ବଢ଼ି ଯାଉଥାଏ। ଚୈତ୍ରମାସ କୃଷ୍ଣ ପକ୍ଷ ପାପମୋଚନୀ ଏକାଦଶୀ ଆହୁରି ଛଅ, ସାତ ମାସ ଅଛି। ଗାଆଁକୁ ଆସି ଯାତ୍ରା ପାର୍ଟି ଆଖଡ଼ାରେ ସମସ୍ତ କଳାକାରମାନଙ୍କୁ ଶୁଭ ଖବର ପ୍ରଦାନ କଲି। ମନରେ ଉତ୍କଣ୍ଠା। ଆମର ମାନସିକ ପୂର୍ଣ୍ଣ ହେବ। ସମସ୍ତେ ଖୁସି ହୋଇଗଲେ। ଆମ ଗ୍ରାମରେ ପ୍ରଭୁ ବାଳମୁକୁନ୍ଦ ଦେବ ଭାବେ ହିଁ ତ ପୂଜିତ। ତାଙ୍କ ଦ୍ଦେଶ୍ୟରେ ପ୍ରଣିପାତ କଲି।
ଯାତ୍ରା ଅନୁଷ୍ଠିତ ହେବାର ଛଅଦିନ ପୂର୍ବରୁ ଯାତ୍ରା ପାର୍ଟି ବାୟକ ବେଣୁଧର କେଇ, ମାଷ୍ଟର ରାଧା ମୋହନ ଜାଲି ସନ୍ଧ୍ୟାବେଳେ ଆମ ବସାଘେର ଖୋର୍ଦ୍ଧାରେ ପହଞ୍ଚିଲେ। ତହିଁ ଆରଦିନ ପୁରୀ ଯାଇ ରଥଶର୍ମା ମହୋଦୟଙ୍କ ସହ ସାକ୍ଷାତ କରି ଯାତ୍ରା ହେବା ନିଶ୍ଚିତ କରାଇ ଆସିଲୁ। ୨୦୦୬ ମସିହା ମାର୍ଚ୍ଚ ୨୫ ତାରିଖରେ ପଣ୍ତିତ ରଥଶର୍ମାଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଶ୍ରୀମନ୍ଦିର ସି˚ହଦ୍ବାର ସାମ୍ନାରେ ଯାତ୍ରା ମଞ୍ଚସ୍ଥ ହୋଇପାରିଥିଲା। ସେ ମହାଶୟଙ୍କୁ ଆମର ପ୍ରଣାମ ଏବ˚ ନ୍ୟବାଦ। ଦୀର୍ଘ ପଚାଶ ବର୍ଷ ତଳେ କଳାକାରମାନଙ୍କର ଗୁହାରି ସେଦିନ ପ୍ରଭୁ ପୂରଣ କରିଲେ। ଏହି ଦିନ ସି˚ହଦ୍ବାର ସାମ୍ନାରେ ଯାତ୍ରା ଅନୁଷ୍ଠିତ ହେଲା। ଏ ଅଧମ ପତିତପାବନଙ୍କୁ ଅପଲକ ନୟନରେ ଦୁଇଟୋପା ଲୁହଢାଳି ଯୋଡ଼ ହସ୍ତରେ ନିବେଦନ କରୁଥାଏ, ‘‘ତୋ ଯାତ୍ରା ତୁହି କରିବୁ, ନିନ୍ଦା, ସ୍ତୁତି ତୁ ଶୁଣିବୁ। ମୁଁ ଅଧମ ମୂଢ଼ମତି ନ ଜାଣେ କିଛି।’’ ଆମକୁ ମାତ୍ର ଦୁଇ ଘଣ୍ଟା ଯାତ୍ରା ପରିବେଷଣ କରିବା ପାଇଁ ନିର୍ଦ୍ଦେଶ ଥିଲା। ଯାତ୍ରା କିନ୍ତୁ ଚାଲିଲା ସନ୍ଧ୍ୟା ସାତଟାରୁ ରାତି ଦୁଇଟା ଯାଏଁ। ଆମର ମାନସିକ ପୂର୍ଣ୍ଣ ହେଲା।
ଚନ୍ଦ୍ରାପୁଟ, ବଡ଼କୁଳ, ବାଲୁଗାଁ, ଖୋର୍ଦ୍ଧା