ଏହି ହୋଟେଲରେ ବିବାହିତ ହୋଇ ପ୍ରବେଶ କରନ୍ତି ଦମ୍ପତି, ଚେକ୍‌ ଆଉଟ୍‌ କରିବା ବେଳକୁ ହୋଇଯାଏ ଛାଡ଼ପତ୍ର

ନୂଆଦିଲ୍ଲୀ : ବିବାହ ପାଇଁ ସ୍ୱତନ୍ତ୍ର ହୋଟେଲ ଥିବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ ଡ଼ାଇଭର୍ସ ହୋଟେଲ ବା ଛାଡ଼ପତ୍ର ହୋଟେଲ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି? ଯେଉଁଠାକୁ ଲୋକମାନେ ଛାଡ଼ପତ୍ର ପାଇଁ ଯାଇଥାନ୍ତି । ଯେଉଁ ଦମ୍ପତିମାନଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ଯାଇଥାଏ ଏବଂ ସେମାନଙ୍କ ସଂପର୍କ ଭାଙ୍ଗିବା ଉପରେ ଥାଏ, ସେମାନଙ୍କ ପାଇଁ ଏହି ହୋଟେଲ ନିର୍ମାଣ କରାଯାଇଛି । ବିବାହିତ ଥିବା ବେଳେ ଦମ୍ପତି ଏହି ହୋଟେଲକୁ ଆସିଥିବା ବେଳେ ଛାଡ଼ପତ୍ର ପରେ ଏଠାରୁ ଚାଲି ଯାଇଥାନ୍ତି । ଏଠାକୁ ଆସୁଥିବା ଦମ୍ପତିଙ୍କ ପାଇଁ ଓକିଲ ମଧ୍ୟ ରଖା ଯାଇଥାଏ ।

rochakpost.com

ଯେଉଁମାନେ ଛାଡ଼ପତ୍ର ନେବା ପାଇଁ ଚିନ୍ତା କରନ୍ତି ସେମାନେ ଏହି ହୋଟେଲକୁ ଯାଇ ସପ୍ତାହେ ସମୟ ବିତାଇବା ସହ ସପ୍ତାହ ଶେଷରେ ପରସ୍ପରଠାରୁ ଛାଡ଼ପତ୍ର ନିଅନ୍ତି । ଏହି ହୋଟେଲରେ ଛାଡ଼ପତ୍ର ପାଇଁ ଅନ୍‌ ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ବ୍ୟବସ୍ଥା ମଧ୍ୟ ରହିଛି । ଦମ୍ପତିମାନେ ଯେଉଁ ମାଧ୍ୟମ ବାଛିଥାନ୍ତି ସେହି ମାଧ୍ୟମରେ ଛାଡ଼ପତ୍ର ହୋଇଥାଏ । ଏହି ହୋଟେଲ ପ୍ରଥମେ ନେଦରଲାଣ୍ଡରେ ଖୋଲା ଯାଇଥିବା ବେଳେ ଏହାର ଏକ ଶାଖା ନ୍ୟୁୟର୍କରେ ମଧ୍ୟ ଖୋଲା ଯାଇଛି ।

ସମ୍ବନ୍ଧିତ ଖବର