ଦୀପାବଳିରେ ଏହି ୨ ଦେବାଦେବୀଙ୍କର ହୋଇଥାଏ ପୂଜା, ସଜେଇ ରଖନ୍ତୁ ଏସବୁ ସାମଗ୍ରୀ

କାର୍ତ୍ତିକ ମାସର ଆମାବାସ୍ୟା ତିଥିରେ ଲୋକେ ଦୀପାବଳି ପାଳନ କରିଥ‌ାନ୍ତି। ଚଳିତବର୍ଷ ଦୀପାପଳି ଅକ୍ଟୋବର ୨୪, ଅର୍ଥାତ ଆଜି ମନାଯାଉଛି। ଦୀପାବଳି ଅପସରରେ ଲୋକେ ମାଆ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା କରିଥାନ୍ତି। ଧାର୍ମିକ ମତ ଅନୁସାରେ, ଆଜିର ଦିନରେ ମାଆ ଲକ୍ଷ୍ମୀ ତାଙ୍କର ଭକ୍ତମାନଙ୍କ ଉପରେ ଅମାପ କୃପା କରିଥାନ୍ତି।

ବିଶ୍ବାର ରହିଛି ଯେ ଦୀପାବଳି ଦିନରେ ହିଁ ପ୍ରଭୁ ରାମଚନ୍ଦ୍ର ଲଙ୍କାପତି ରାବଣଠାରୁ ବିଜୟ ପ୍ରାପ୍ତ କରି ଅଯୋଧ୍ୟା ଫେରିଥିଲେ। ୧୪ ବର୍ଷ ବନବାସ ପୂରା କରିବା ପରେ ରାମଚନ୍ଦ୍ର ଅଯୋଧ୍ୟା ଫେରିଥିବାରୁ ଲୋକେ ଖୁସିରେ ଦୀପ ଜାଳି ତାଙ୍କର ସ୍ବଗତ କରିଥିଲେ।

ଏହି ଦୀପାବଳିରେ ଲକ୍ଷ୍ମୀ ପୂଜା ପାଇଁ ଉଚିତ ସମୟ ହେଉଛି ଅକ୍ଟୋବର ୨୪ ସଂଧ୍ୟା ୫.୨୭। ଅକ୍ଟୋବର ୨୫ ଅପରାହ୍ନ ୪ଟା ୧୮ରେ ଅମାବାସ୍ୟା ତିଥି ସମାପ୍ତ ହେଉଛି।

ଲକ୍ଷ୍ମୀପୂଜାର ମୁହୂର୍ତ୍ତ ସଂଧ୍ୟା ୭ଟାରୁ ନେଇ ରାତି ୯ଟା ପର୍ଯ୍ୟନ୍ତ। ପ୍ରଦୋଷ କାଳ ହେଉଛି ସଂଧ୍ୟା ୬ଟା ୧୦ରୁ ରାତି ୮ଟା ୩୯ ପର୍ଯ୍ୟନ୍ତି। ସେହିପରି ବୃଷଭ କାଳ ହେଉଛି ସଂଧ୍ୟା ୭ଟା ୨୬ରୁ ୯ଟା ୨୬ ପର୍ଯ୍ୟନ୍ତ।

ଦୀପାବଳି ପୂଜା ପାଇଁ ଆପଣ ପ୍ରସ୍ତୁତ ‌‌ହୋଇ ସାରିବେଣି। ପୂଜାରେ କ’ଣ କ’ଣ ଆବଶ୍ୟକ ଆମେ ଆଉ ଥରେ କହିଦେଉଛୁ। ରୋଲି, ଚାଉଳ, ଅେଳଇଚ, ଧୂପ, କର୍ପୂର, ଘି, ତେଲ, ଦୀପ, କଳସ, ନଡ଼ିଆ, ଗଙ୍ଗାଜଳ, ଫଳ, ଫୁଲ, ମିଠା, ଦୂବ, ଚନ୍ଦନ, ଫୁଲମାଳ, ଶଙ୍ଖ, ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି।

 

ସମ୍ବନ୍ଧିତ ଖବର