ଦୀପାବଳି ସରିବା ପରେ ପ୍ରଭାବିତ ହୋଇପାରେ ଆପଣଙ୍କ ତ୍ୱଚା, ଏମିତି ନିଅନ୍ତୁ ଯତ୍ନ

ଆଜି ଆଲୋକର ପର୍ବ ଦୀପାବଳି। ପ୍ରତିବର୍ଷ ଦୀପାବଳି ପରେ ପ୍ରଦୂଷଣରେ ବୁଡ଼ି ହୋଇଯାଏ ପରିବେଶ। ପବନରେ ଘୂରେ ବାଣ ଓ ବାରୁଦର କ୍ଷତିକାରକ ରସାୟନ। ଏଥିରୁ ନିଜକୁ ବଞ୍ଚାନ୍ତୁ , ନିଜ ଚେହେରାର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ଦୀପାବଳି ପାଳନ ପରେ ନିମ୍ନରେ ଦିଆଯାଇଥିବା ତରିକାକୁ ଆପଣାନ୍ତୁ।

ଗତ କିଛି ବର୍ଷ ଭିତରେ ଡ୍ରାଏ ବ୍ରସିଂ କୌଶଳ ଲୋକପ୍ରିୟତା ହାସଲ କରିଛି। ଏହି ବ୍ରସ ଦ୍ୱାରା ଆପଣଙ୍କ ତ୍ୱଚାକୁ ମାଲିସ୍‌ କରି ଆପଣ ଧୁଳି ଓ ମଇଳା କାଢ଼ିପାରିବେ। ଏହି ବ୍ରସ ଦ୍ୱାରା ଆପଣ ନିଜ ପାଦରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଶରୀରର ଯେକୌଣସି ଅଙ୍ଗକୁ ବିନା ପାଣିରେ ସଫା କରିପାରିବେ।

India Tour Operator

ନିଜ ମୁହଁକୁ ଷ୍ଟିମ୍‌ ଦିଅନ୍ତୁ। ଏହି ଷ୍ଟିମ୍‌ ଆପଣ ବିନା କୌଣସି ମେସିନ୍‌ରେ ଘରୋଇ ଉପାୟରେ ବି ଦେଇପାରିବେ। ବାସ୍‌ ଟିକିଏ ପାଣି ଗରମ କରି ନିଜ ମୁହଁକୁ ବାମ୍ପ ଦିଅନ୍ତୁ। ଏହା ଦ୍ୱାରା ମୁହଁରୁ ଧୂଳି କଣିକା ବାହାରି ମୁହଁ ସଫା ହୋଇଯାଇଥାଏ।

ଆପଣ ନିଜ ମୁହଁରେ ଖିର ସର ପ୍ରୟୋଗ କରି କ୍ଲିନ୍‌ଜିଂ ବି କରିପାରନ୍ତି। ସରରେ ଥିବା ତେଲ ଅଂଶ ମୁହଁରୁ ମଇଳା କାଢ଼ିବାରେ ସହାୟ ହୋଇଥାଏ।

ଅରୁଆ ଚାଉଳ ଗୁଣ୍ଡରେ ମୁହଁକୁ ମାଲସ କରି ମୁହଁରେ ଥିବା ମଇଳାକୁ ମଧ୍ୟ କାଢ଼ିପାରିବେ ଆପଣ। ଏହା ଦ୍ୱାରା ତ୍ୱଚା ପୂରା ଚିକ୍କଣ ହୋଇଥାଏ।

ସମ୍ବନ୍ଧିତ ଖବର