ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ପରିବେଶ ପାଇଁ ଯେତିକି କ୍ଷତିକାରକ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ତା’ଠାରୁ ବଳି କ୍ଷତିକାରକ ହୋଇ ପାରେ। ଆତସବାଜି ବିସ୍ଫୋରଣ ଯୋଗୁଁ ପଶୁପକ୍ଷୀମାନଙ୍କର ଦୃଷ୍ଟି ଓ ଶ୍ରବଣ ଶକ୍ତି ହ୍ରାସ ପାଇବା ସହ ତାଙ୍କଠାରେ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୈରାଗ ସୃଷ୍ଟି ହୋଇପାରେ।
କିଛି ବର୍ଷ ହେବ ଦିଲ୍ଲୀସ୍ଥିତ ସଞ୍ଜୟ ଗାନ୍ଧୀ ଆନିମଲ୍ କେୟାର୍ ସେଣ୍ଟର୍ ଚଳାଉଛନ୍ତି ଅମ୍ବିକା ଶୁକ୍ଳା। ତାଙ୍କ ସଂସ୍ଥା ପଶୁମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରେ। ଦୀପାବଳି ଅବସରରେ ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ଆତସବାଜି ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ଦୀପାବଳି ପରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏ ଭଳି ନିଷ୍ପତ୍ତି ନିଆଯାଇଛି।
Photo Courtesy of Nick and Janeପ୍ରଚଣ୍ଡ ଶବ୍ଦ ସୃଷ୍ଟି କରୁଥିବା ବାଣ ଏବଂ ଅଧିକ ଧୂଅାଁ କରାଉଥିବା ବାଣର ବ୍ୟବହାର କମ୍ କରାଯିବା ଉଚିତ। କାରଣ ଏହା ପଶୁପକ୍ଷୀମାନଙ୍କ ପ୍ରତି କ୍ଷତିକାରକ। ଦୀପାବଳି ଆଲୋକ ଏବଂ ଆନନ୍ଦର ପର୍ବ ହୋଇଥିଲେ ବି ଲୋକମାନେ ଏହାକୁ ଶବ୍ଦ ଏବଂ ଧୂଅାଁ କରି ପକାଉଛନ୍ତି ବୋଲି ଅମ୍ବିକା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ବାଣ ବିକ୍ରୟ ଉପରେ ଯେମିତି କଟକଣା ଲାଗୁ କରାଯାଇଛି ସେମିତି ପ୍ରତ୍ୟେକ ରାଜ୍ୟରେ କଟକଣା ଲାଗୁ କରାଯିବା ଉଚିତ। ଏହାଦ୍ୱାରା ପ୍ରଦୂଷଣ ଅଟକିବା ସହ ଏଥିଯୋଗୁଁ ପଶୁପକ୍ଷୀମାନଙ୍କ ପ୍ରତି ପଡୁଥିବା ବିପଦ୍କୁ ମଧ୍ୟ ଅଟକା ଯାଇ ପାରିବ। ଲୋକେ ପଶୁମାନଙ୍କ ଦେହରେ ବାଣ ଖଞ୍ଜି ଯେମିତି ନାନା ପ୍ରକାର ଭିଡିଓ ସେୟାର୍ କରୁଛନ୍ତି, ସେମିତି କରିବା ଅନୁଚିତ।
Photo Courtesy of The Hinduଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଦୀପାବଳି ଦିନ ଅଧିକ ଆହତ ପଶୁଙ୍କ ମାମଲା ଆସୁଛି। ଗ୍ରାମାଞ୍ଚଳରେ ଅଧିକ ଗଛବୃଚ୍ଛ ଥିବାରୁ ସେସବୁ ବାଣ ବିସ୍ଫୋରଣରୁ ନିର୍ଗତ ରାସାୟନିକ ପଦାର୍ଥ ସବୁକୁ ବିଶୋଷିତ କରିପକାନ୍ତି। କିନ୍ତୁ, ସହରାଞ୍ଚଳରେ ସେମିତି ହୁଏ ନାହିଁ। କୁକୁରମାନଙ୍କର ହୃତ୍ପିଣ୍ଡ ଅତି ଦୁର୍ବଳ ହୋଇ ଥିବାରୁ କମ୍ ବାଣ ଫୁଟାଇବା ଉଚିତ ବୋଲି ଡାକ୍ତର ସୂର୍ଯ୍ୟ ପ୍ରକାଶ ମିଶ୍ର କହନ୍ତି।
Photo Courtesy of Middayନିଜ କଥାକୁ ଆଗେଇ ନେଇ ଡାକ୍ତର ସୂର୍ଯ୍ୟ ପ୍ରକାଶ ପୁଣି କହନ୍ତି: କେତେକ ବାଣର ବାରୁଦ ଏତେ ହାନି କାରକ ଯେ ସେଥିରେ ଅନେକ ପଶୁପକ୍ଷୀ ଆଘାତ ପାଆନ୍ତି। କେତେକ ଛୋଟ ଛୋଟ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ନ୍ତି। ତା’ଛଡ଼ା ବାଣ ବିସ୍ଫୋରଣ ଯୋଗୁଁ ହେଉଥିବା ପ୍ରଦୂଷଣ ସେମାନଙ୍କ ଶ୍ୱାସତନ୍ତ୍ରିକୁ ଖରାପ କରି ପକାଏ।
Photo Courtesy of Rediff.comନଏଡ଼ାସ୍ଥିତ ସସ୍ଥାନ ଅଭ୍ୟଦାନମ୍ ସଂସ୍ଥା ଗତ ଦୁଇ ବର୍ଷ ହେବ ପକ୍ଷୀମାନଙ୍କୁ ରକ୍ଷା କରିବା ନିମନ୍ତେ କାର୍ଯ୍ୟ କରି ଆସୁଛି। ଏହି ସଂସ୍ଥାନର ଟ୍ରଷ୍ଟି ଗୌରବ ଜୈନ କହନ୍ତି: ଥଣ୍ଡା ପଡ଼ିଲେ ପକ୍ଷୀମାନଙ୍କର ପ୍ରଜନନ ସମୟ ପୂର୍ଣ୍ଣ ହୋଇ ଯାଏ। ଦୀପାବଳି ଯାଏଁ ବସାରେ ପକ୍ଷୀମାନଙ୍କର ଟିକି ଟିକି ଶାବକ ଅଥବା ଅଣ୍ଡା ଥାଏ। ପ୍ରଚଣ୍ଡ ଶବ୍ଦ ଯୋଗୁଁ ସେମାନଙ୍କର ମାଆ ଡରି ଯାଇ ଉଡ଼ି ପଳାନ୍ତି। ସେତିକିବେଳେ ବସାରୁ ସେମାନଙ୍କ ଛୁଆ ତଳେ ପଡ଼ି ମରି ଯାଆନ୍ତି। ଦୀପାବଳି ଦିନ ଲୋକେ ଦୀପ ଜଳାଇ ଖୁସିବାସି ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/delhi-pollution1.jpg)