ବର୍ଷାଋତୁ ଆସୁଛି। ଏହି ସମୟରେ କାନ, ନାକ ଓ ଗଳାରେ କେତେକ ସାଧାରଣ ରୋଗ ଦେଖାଯାଇଥାଏ। ଆସନ୍ତୁ ଜାଣିବା ସେ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ ଡାକ୍ତର।
କାନ ପାଚେ କାହିଁକି ଏବଂ ଏହାର ଲକ୍ଷଣ ଓ ଚିକିତ୍ସା କ’ଣ?
କାନରୁ ପୂଯ, ଦୁର୍ଗନ୍ଧଯୁକ୍ତ ପାଣି ବା ଲସା ବାହାରିବା କାନପଚା ରୋଗର ମୁଖ୍ୟ ଲକ୍ଷଣ। କାନ ପାଚିଲେ ଅନେକ ସମୟରେ ଅସହ୍ୟ ଯନ୍ତ୍ରଣା ହୁଏ। ବ୍ୟାକ୍ଟେରିଆ, ଭାଇରସ୍ ଓ ଫଙ୍ଗସ୍ ସଂକ୍ରମଣ ଏହି ରୋଗର ମୁଖ୍ୟ କାରଣ। ଯେତେ ଶୀଘ୍ର ସମ୍ଭବ ନାସା-ଗଳା-କର୍ଣ୍ଣ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିବା ଜରୁରି।
ଗଳା ଦରଜ କାହିଁକି ହୋଇଥାଏ?
ଗଳାର ଭିତର ପାଖରେ ଟନ୍ସିଲାଇଟିସ୍, ଫାରିଞ୍ଜାଇଟିସ୍, ଲାରିଞ୍ଜାଇଟିସ୍, ବ୍ରୋଙ୍କାଇଟିସ୍ ଇତ୍ୟାଦି ରୋଗହେଲେ ତଣ୍ଟି ଦରଜ ହେବା ସହ ଜ୍ବର ହୋଇଥାଏ। ତଣ୍ଟି ବସିଯାଏ। ଏହିପରି କିଛି ଲକ୍ଷଣ ଦେଖିଲେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ଖାଇବା ଉଚିତ।
ବର୍ଷା ଦିନରେ ନାକ ଚୁଣ୍ଟି ହୁଏ ଓ ନାକରୁ ରକ୍ତ ବାହାରେ। ଏଥିରୁ କିପରି ଉପଶମ ପାଇବା?
ଏ ଗୁଡ଼ିକ ହେଉଛି କ୍ରନିକ ରାଇନାଟିସ୍ ରୋଗର କେତେକ ସାଧାରଣ ଲକ୍ଷଣ। ଏହି ରୋଗର ସାମୂହିକ ଉପଶମ ପାଇଁ ଉଷୁମ ଲୁଣ ପାଣି ପକାଇ ନାକ ଭିତରକୁ ସଫା କରିବା ଏବଂ ନାକ ଚୁଣ୍ଟି ନ ହେବା ପାଇଁ ସାଧାରଣ ନାଜାଲ ଡ୍ରପ୍ ପକାଇବା ଦରକାର। ଜରୁରି ଥିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଶଲ୍ୟ ଚିକିତ୍ସା ମଧ୍ୟ କରାଯାଇପାରେ।
ଅନେକ ସମୟରେ ପିଲାମାନଙ୍କର ଥ୍ରୋଟ୍ ଇନ୍ଫେକ୍ସନ୍ ହୋଇଥାଏ। ଆମେ ସେମାନଙ୍କୁ ଆଣ୍ଟିବାୟୋଟିକ୍ ଦେଇଥାଉ। ଏଥିରେ ବିପଦ କିଛି ଅଛି କି?
ଥ୍ରୋଟ୍ ଇନ୍ଫେକ୍ସନ୍ ହେଲେ ଆମେ ଗରମ ଲୁଣ ପାଣି ନେଇ ଗଳଗଳ କରିବାକୁ କହିଥାଉ। ସେଥିରେ ନ କମିଲେ ଆଣ୍ଟିବାେୟାଟିକ୍ ଖାଇବାକୁ ଦିଆଯାଏ।ତେବେ ଡାକ୍ତରଙ୍କ ପରାମର୍ଶ ବିନା ପୁଣି ଥରେ ସମାନ ଆଣ୍ଟିବାେୟାଟିକ୍ ଖାଇବା ଅନୁଚିତ।
ନାସା-ଗଳା-କର୍ଣ୍ଣ ସଂକ୍ରମଣ ଭୋଗୁଥିବା ରୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ବାରମ୍ବାର ନାସା ଓ ଗଳା ସଂକ୍ରମଣ ହେଉଥିଲେ ନାକ ଭିତରକୁ ଲୁଣପାଣିରେ ଧୋଇ ସଫା ରଖନ୍ତୁ। କାନରେ କିଛି ସମସ୍ୟା ହେଲେ ଦୋକାନରୁ ଡ୍ରପ୍ସ କିଣି ପକାଇଦେବା କିମ୍ବା ଯନ୍ତ୍ରଣା ନିବାରକ ଔଷଧ ଖାଇବା ଅନୁଚିତ। ବେଳେବେଳେ କାନରେ ଫଙ୍ଗାଲ୍ ଇନ୍ଫେକ୍ସନ୍ ହୋଇଥାଏ, ସେତେବେଳେ ଜାଣି ନପାରି ଔଷଧ ଖାଇବା ଓ ପକାଇବା ଦ୍ୱାରା ରୋଗୀ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଥାଏ।
ଡାକ୍ତରଙ୍କୁ ନପଚାରି ଡ୍ରପ୍ କିଣି କାନରେ କି ନାକରେ ପକାନ୍ତୁ ନାହିଁ
କାନରୁ ପୂଯ, ଦୁର୍ଗନ୍ଧଯୁକ୍ତ ପାଣି ବା ଲସା ବାହାରିବା କାନପଚା ରୋଗର ମୁଖ୍ୟ ଲକ୍ଷଣ। କାନ ପାଚିଲେ ଅନେକ ସମୟରେ ଅସହ୍ୟ ଯନ୍ତ୍ରଣା ହୁଏ। ବ୍ୟାକ୍ଟେରିଆ, ଭାଇରସ୍ ଓ ଫଙ୍ଗସ୍ ସଂକ୍ରମଣ ଏହି ରୋଗର ମୁଖ୍ୟ କାରଣ। ଯେତେ ଶୀଘ୍ର ସମ୍ଭବ ନାସା-ଗଳା-କର୍ଣ୍ଣ....
/sambad/media/media_files/2025/05/28/yuXWHTeC8eTP8rTBPlCg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)