ମାଆ ଓ ପତ୍ନୀଙ୍କ ପରି ଏହି ନାରୀମାନଙ୍କୁ ବି ଆଘାତ ଦେବା ଶାସ୍ତ୍ର ବିରୋଧୀ

ମହିଳାମାନଙ୍କୁ ଅସମ୍ମାନ କରିବା ସବୁଠାରୁ ବଡ଼ ଅପରାଧ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ସେଥିରେ ବି ପ୍ରକାରଭେଦ ରହିଛି। ଜଣେ ବ୍ୟକ୍ତି ପାଇଁ ସବୁ ମହିଳା ସମାନ ହୋଇନଥାନ୍ତି। ସବୁ ସଂପର୍କର ମୂଲ୍ୟବୋଧ ଭିନ୍ନ। ତେଣୁ କୌଣସି ମହିଳାଙ୍କୁ କିଛି କଟୁ କହିବା ପୂର୍ବରୁ ସେ ମହିଳାଙ୍କ ସହ ଆପଣଙ୍କ ସଂପର୍କ ଓ ପରିସ୍ଥିତିକୁ ପ୍ରଥମେ ଅନୁଶୀଳନ କରିବା ଉଚିତ। ରାମଚରିତ ମାନସରେ କୁହାଯାଇଛି ଯେ କେଉଁ ମହିଳାମାନଙ୍କୁ ଆଦୌ କଷ୍ଟ କିମ୍ବା ଅପମାନ ଦେବେ ନାହିଁ। ସେ ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି।

ସବୁ ସ୍ଥାନରେ ମାଆ ଓ ପତ୍ନୀଙ୍କୁ ମହାନ ଓ ସମ୍ମାନର ଅଧିକାରିଣୀ ବୋଲି ଦର୍ଶାଯାଇଛି। ମାତ୍ର ସେମାନଙ୍କ ବ୍ୟତୀତ ଅହାରି ଅନେକ ସଂପର୍କ ରହିଥାଏ ଯାହାର ସମ୍ମାନ କରିବାକୁ ହୁଏ। ମାଆ ସଂସାରକୁ ଆଣିଥାନ୍ତି ଓ ପତ୍ନୀ ଜୀବନ ଯାକ ସାଙ୍ଗରେ ରହିଥାନ୍ତି। ସେଥିପାଇଁ ସେ ଦ୍ୱୟ ସମ୍ମାନସ୍ପଦ।

ମାଆ ଓ ପତ୍ନୀଙ୍କ ପରି ଘର ବୋହୂ ବି ସମ୍ମାନ ଯୋଗ୍ୟା ହୋଇଥାନ୍ତି। ସେ ପିଲାଟି ଦିନରୁ ବଡ଼ ହେବା ପର୍ଯ୍ୟନ୍ତ ଯେଉଁଠି ଚଳିଥାଏ, ଯେଉଁମାନଙ୍କ ସହ ଚଳିଥାଏ ସେ ସବୁକୁ ଛାଡ଼ି ଶଶୁରଘରେ ଆସି ବିନା ପ୍ରତିବାଦେ ନିଜର କର୍ତ୍ତବ୍ୟ ସାଧନ କରନ୍ତି। ସେମାନଙ୍କୁ ଅସମ୍ମାନ କରିବା ପାପ ହୋଇଥାଏ।

ବିବାହିତା ଝିଅଙ୍କୁ ବି କଟୁ କଥା କହିବା ବି ଶାସ୍ତ୍ର ବିରୋଧ। ଝିଅ ବାହା ହୋଇ ଶାଶୂଘରକୁ ଚାଲିଯିବା ପରେ ବାପଘରେ ସମ୍ମାନୀୟା ହୋଇଯାଆନ୍ତି। ସେ ପୂର୍ବ ପରି ଆଉ ମାଡ଼ ଗାଳି, କଳି ଗୋଳ କରି ହେଉଥିବା ସଂପର୍କଟିଏ ହୋଇ ରହନ୍ତି ନାହିଁ। ତେଣୁ ବିବାହିତା ଝିଅଙ୍କ ମନରେ କଷ୍ଟ ଦିଅନ୍ତୁ ନାହିଁ।

ପତ୍ନୀଙ୍କ ମାଆ ଓ ଭଉଣୀ ବି ଜଣେ ପୁରଷ ପାଇଁ ସମ୍ମାନୀୟା ହୋଇଥାନ୍ତି। ପତ୍ନୀଙ୍କୁ ଶ୍ରଦ୍ଧା କରୁଥିବା ପୁରୁଷମାନେ କେବଳ ପତ୍ନୀ ନୁହେଁ, ବରଂ ତାଙ୍କ ମାଆ,ଭଉଣୀଙ୍କୁ ବି ଶ୍ରଦ୍ଧା ଓ ସମ୍ମାନେ ଦିଅନ୍ତୁ।

ସମ୍ବନ୍ଧିତ ଖବର