ବାୟୁମଣ୍ଡଳ ଓ ପରିବେଶ ଶରୀର ଅସୁସ୍ଥତାର କାରଣ ହୋଇଥାନ୍ତି। ସୁସ୍ଥ ପରିବେଶରେ ରହିଲେ ରୋଗ ହେବାର ସମ୍ଭାବନା ଖୁବ୍‌ କମ୍‌। ସେଥିପାଇଁ ଘର ଆଖପାଖରେ କେଉଁ ଗଛ ଲଗାଇବେ ଏବଂ କେଉଁ ଗଛ ଲଗାଇବେ ନାହିଁ ସେ ନେଇ ବି ବାରଣ ରହିଛି।

Advertisment

କଇଁଆ: କଇଁଆ ଏକ ଏପରି ଖଟା ଫଳ ଯାହା ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦ। ଏହା ପାଚିଗଲେ ତେନ୍ତୁଳି ପାଲଟିଯାଏ। ଏହି ତେନ୍ତୁଳିରେ ବହୁ ଭଲ ଗୁଣ ମଧ୍ୟ ରହିଛି। ଯାହା ଅନେକ ରୋଗ ଭଲ କରିଥାଏ। ମାତ୍ର ମନେ ରଖନ୍ତୁ ତେନ୍ତୁଳି ଗଛର ପବନ ଆଦୌ ବି ଭଲ ନୁହେଁ।

କଦଳୀ: କଦଳୀ ଗଛର ସେପରି କିଛି ଖରାପ ଗୁଣ ନାହିଁ। ମାତ୍ର ଆପଣଙ୍କ ଘରେ ଯଦି କେହି ଶ୍ୱାସ ରୋଗୀ ଅଛନ୍ତି ତେବେ ଘର ପାଖର କଦଳୀ ଗଛ ରହିଲେ ଖରାପ। କଦଳୀ ଗଛର ପବନ ଶ୍ୱାସ ରୋଗୀଙ୍କ ପାଇଁ ଭଲ ହୋଇନଥାଏ।

publive-image

କଣ୍ଟାଗଛ: ଘରେ ଛୋଟ ପିଲା ବା ବୁଢ଼ାବୁଢ଼ି ଥଲେ ଘର ପାଖଆଖରେ ଥିବା କଣ୍ଟା ଗଛକୁ କାଟି ଦିଅନ୍ତୁ। ଏହି କଣ୍ଟା ପାଦରେ ଫୁଟିବା ଯେତେ ଯନ୍ତ୍ରଣାଦାୟକ ହୋଇନଥାଏ ବେଳେ ବେଳେ କଣ୍ଟା ରହିଯିବା ହେତୁ ମାଛିଆଖିଆ ହୋଇ ମହାବିପଦ ପାଲଟିଥାଏ।

ମଞ୍ଜଆତି/ ସୁବାସିତ ଫୁଲ ଗଛ: ମଞ୍ଜୁଆତି ଗଛ ବା କୌଣସି ବାସ୍ନା ଗଛ ଘର ପାଖରେ ଲଗାନ୍ତୁ ନାହିଁ। କାହିଁକି ନା, ସାପ ବାସ୍ନାକୁ ଆକର୍ଷିତ ହୋଇଥାନ୍ତି। ବାସ୍ନା ଫୁଲ ଗଛମାନଙ୍କରେ ସାପ ରହିଥାନ୍ତି। ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ।

ସପୁରୀ/ବାଆଁସ: ବାଆଁସ ଗଛ ଯଦି ବାଡ଼ିରେ ଲଗାଇବାକୁ ଚାହାନ୍ତି ତେବେ ଘରଠାରୁ ଦୂରତ ରଖନ୍ତୁ। ଏହା ବୁଦାଳିଆ ହୋଇଥିବାରୁ ଏଥିରେ ଅନେକ ଯନ୍ତୁ ରହିଥାନ୍ତି। ସପୁରୀ ଗଛ ବି ବୁଦାଳିଆ ହୋଇଥାଏ। ତେଣୁ ଏହି ଗଛ ପରି ଅନ୍ୟ ବିପଦ ଗଛ ଗୁଡ଼ିକୁ ଘର ପାଖରେ ରଖନ୍ତୁ ନାହିଁ।