ରାତିପାହିଲେ ସୂର୍ଯ୍ୟୋପରାଗ। ଆପଣ ଜାଣନ୍ତି ଯେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟୋପରାଗ ସମୟରେ କିଛି କାର୍ଯ୍ୟ କରିବାକୁ ବାରଣ ରହିଥାଏ। ସେହି ସବୁ କାମକୁ ଗ୍ରହଣ କିମ୍ବା ପରାଗ ସମୟରେ କରିବାକୁ ମନା କରାଯାଏ। ପୁରାଣ ସାଥେ ସାଥେ ଏହି କଥାର ବିଜ୍ଞାନ ସହ ବି ଯଥେଷ୍ଟ ସଂଯୋଗ ରହିିଛି।
ଏହା ହେଉଛି ଚଳିତବର୍ଷର ଦ୍ବିତୀୟ ସୂର୍ଯ୍ୟୋପରାଗ। ବର୍ଷର ଏହି ଦ୍ବିତୀୟ ପରାଗରେ ଭୁଲ୍ରେ ବି ଏପରି କିଛି କରନ୍ତୁ ନାହିଁ, ଯାହାର କୁପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ। ଆପଣ ଜାଣନ୍ତି ଯେ ଏହି ପରାଗ ସୂର୍ଯ୍ୟଙ୍କୁ ମହାଳୟା ଅମାବାସ୍ୟା ବା ଶନିବାର ଦିନ ଲାଗୁଛି।
ଏଥର ସୂର୍ଯ୍ୟୋପରାଗ ନା କି ଭାରତରେ ଦିଶିବ ନା କି ତାହାର ସୂତକ କାଳ ମନାଯିବ। ହେଲେ ଏହାର ପ୍ରଭାବ ରହିିବ। ସନାତନ ଧର୍ମରେ ଗ୍ରହଣ ଓ ପରାଗକୁ ଖୁବ୍ ଅଧିକ ମନାଯାଏ। ଏଥିପାଇଁ ଏହି ସମୟରେ ତୁଳସୀ ସହ ଜଡ଼ିତ କିଛି ଛୋଟ ଛୋଟ ଭୁଲ୍ କରନ୍ତୁ ନାହିଁ।
ସୂର୍ଯ୍ୟୋପରାଗ ସମୟରେ ତୁଳସୀ ପତ୍ରକୁ ସ୍ପର୍ଶ କରନ୍ତୁ ନାହିଁ। ଏହାକୁ ଅଶୁଭ ମନାଯାଏ। ଗ୍ରହଣ ସମୟରେ ଖାଇବା ସମୟରେ ତୁଳସୀ ପତ୍ର ପକାଯାଏ। ମାତ୍ର ଏହି ପତ୍ରକୁ କେବେ କି ଖାଇବା ସମୟରେ ତୋଳନ୍ତୁ ନାହିଁ।
ଗ୍ରହଣ କିମ୍ବା ପରାଗ ସମୟରେ ତୁଳସୀ ପତ୍ର ଛିଣ୍ଡାଇଲେ ଧନର ଦେବୀ ଲକ୍ଷ୍ମୀ ରାଗିଯାନ୍ତି। ଏଥିପାଇଁ ଏପରି ଭୁଲ୍ ଆଦୌ କରନ୍ତୁ ନାହିଁ। ପରାଗର ଅଶୁଭ ପ୍ରଭାବରୁ ତୁଳସୀମାଆଙ୍କୁ ବଞ୍ଚାଇବା ପାଇଁ ଗଛରେ ଗେରୁଆ ବାନ୍ଧନ୍ତୁ।
ତେବେ ଆଉ ଏକ କଥା ମନେ ରଖନ୍ତୁ, ଗ୍ରହଣ/ପରାଗ ହେଉ ବା ଅନ୍ୟ କିଛି ସମୟ; ତୁଳସୀ ପତ୍ରକୁ କେବେ ନଖରେ ଛିଣ୍ଡାନ୍ତୁ ନାହିଁ। ଟିପରେ ତୋଳନ୍ତୁ।