ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ କେଉଁ ସବୁ ଦିଗକୁ ଧ୍ୟାନ ଦେବା ଉଚିତ। ତାହାଲେ ଯାଇ ଶୀଘ୍ର ସଫଳତା ପ୍ରାପ୍ତ ହୋଇପାରିବ।
ପ୍ରଥମେ ଆମକୁ ନିଜ ଭାବନା ଉପରେ ଆୟତ୍ତ ରଖିବାକୁ ହେବ। କୌଣସି ବି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯଦି ସାମାନ୍ୟତମ ନକାରାତ୍ମକ ଭାବନା ମନ ଭିତରେ ସୃଷ୍ଟି ହୁଏ ତେବେ କାର୍ଯ୍ୟରେ ସଫଳତା ପାଇବା ଏକ ରକମର ଅସମ୍ଭବ ହୋଇପଡ଼େ। ତେଣୁ ସବୁ କାର୍ଯ୍ୟ ପାଇଁ ସକାରାତ୍କକ ହେବା ଜରୁରୀ ହୋଇଥାଏ।
କିଛି ବି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ସେଇ ଦିଗରେ ନିଜର ଦକ୍ଷତା ରହିଛି କି ନାହିଁ ପରଖି ଦିଅନ୍ତୁ। ସଂସାରରେ କେହି ବି ଅଜ୍ଞାନୀ ହୋଇନଥାନ୍ତି। ବାସ୍ ନିଜ ଦକ୍ଷତା ହିସାବରେ କାର୍ଯ୍ୟ କଲେ ହିଁ ବ୍ୟକ୍ତିର ଜ୍ଞାନ ଫୁଟି ବାସିଥାଏ। ସଚିନ ତେନ୍ଦୁଲକର୍ ଯଦି ଚିତ୍ର ଆଙ୍କିବାରେ ମନ ନିବେଶ କରିଥାନ୍ତେ ହୁଏତ ସେ ବିଶ୍ୱସ୍ତରରେ ନିଜ ପରିଚୟ ସୃଷ୍ଟି କରି ପାରିନଥାନ୍ତେ।
/sambad/media/post_attachments/wp-content/uploads/2018/01/Chanakya-1-3-300x196.jpg)
ଯଦି ଆଗକୁ ବଢ଼ିବାକୁ ଚାହାନ୍ତି ବା କିଛି ନୂଆ କରିବାର ଇଚ୍ଛା ରଖିଛନ୍ତି ତେବେ ପ୍ରଥମେ ଆପଣଙ୍କ ଯେତେ ଶତ୍ରୁ ଅଛନ୍ତି ସେମାନଙ୍କୁ ବନ୍ଧୁ କରିବାରେ ଲାଗିପଡ଼ନ୍ତୁ। ଆପଣ ଯେତେ ଭଲ ସଂପର୍କ ଗଢ଼ି ପାରିବେ ସଫଳତା ସେତେ ନିକଟତର ହେବାକୁ ଲାଗିବ। ମନେ ରଖନ୍ତୁ, ଉତ୍ତମ ସଂପର୍କ ମଣିଷର ସମ୍ପତ୍ତି ହୋଇଥାଏ।
ଶରୀର ଠିକ୍ ନ ରହିଲେ କାର୍ଯ୍ୟ କରିବା ଦୂରର କଥା ଦାନାଟିଏ ପାଟିକୁ ଦେବାକୁ ବି ଇଚ୍ଛା ହୁଏ ନାହିଁ। ତେଣୁ ଆପଣଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ନିଜ ଶରୀରର ଉଚିତ ପରିମାଣରେ ଯତ୍ନ ନେବା।
ସବୁଠାରୁ ଗୁରୁତ୍ୱପର୍ଣ୍ଣ ଓ ଶେଷ ଶିକ୍ଷା ହେଉଛି ଗୋପନୀୟତା ବଜାୟ ରଖିବା। ଆପଣ କିଛି କରିବାକୁ ଯାଉଥିଲେ ତାହା କାହାରି ସମ୍ମୁଖରେ କୁହନ୍ତୁ ନାହିଁ। ଆପଣ ସଫଳ ହେଲେ ସାରା ଦୁନିଆ ଜାଣିବ। ମାତ୍ର ସଫଳତା ପୂର୍ବରୁ ଯଦି ଆପଣ ଦୁନିଆକୁ ନିଜର ଯୋଜନା ବିଷୟରେ କହି ବସନ୍ତି ତେବେ ଏ ଦୁନିଆ ଆପଣଙ୍କ ଗୋଡ଼ ଟାଣିବାକୁ କେବେ ବି ହେଳା କରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/chanakya01.jpg)