ମହାଦେବ ଶିବଙ୍କ ତିନି ଝିଅ ଅଛନ୍ତି, ସେ ସମ୍ପର୍କରେ ଜାଣନ୍ତି କି?

ସମସ୍ତ ଜ୍ଞାନ, ପ୍ରଜ୍ଞା, କରୁଣା, ନ୍ୟାୟ ଓ ନିର୍ଭୟର ଅବତାର ହେଉଛନ୍ତି ପରମ କାରୁଣିକ ଦେବ ଦେବ ମହାଦେବ ଶିବ। ସେ ହେଉଛନ୍ତି ପ୍ରକୃତି ଓ ପୁରୁଷ ଠାରୁ ଊର୍ଧ୍ୱରେ। ସେ ଜ୍ଞାନର ସାଗର। ତେବେ ଲୌକିକତା ଅନୁଯାୟୀ ଓ ବିଭିନ୍ନ ଶିବପୂରଣ ଅନୁଯାୟୀ, ଆମେ ସମସ୍ତେ ଶିବଙ୍କ ପୁତ୍ର କାର୍ତ୍ତିକେୟ ଓ ଗଣେଶଙ୍କ ସମ୍ପକରେ ଜାଣିଛନ୍ତି। କିନ୍ତୁ ଜାଣିଛନ୍ତି କି ଶିବଙ୍କର ମଧ୍ୟ ୩ଟି କନ୍ୟା ଥିଲେ। ଯଦିଓ ଶିବଙ୍କ ପୁତ୍ରମାନଙ୍କ ପରି ସେମାନେ ବେଶ ଚର୍ଚ୍ଚତ ନୁହଁନ୍ତି, ତଥାପି ବିଭିନ୍ନ ରାଜ୍ୟରେ ସେମାନଙ୍କର ମଧ୍ୟ ପୂଜାର୍ଚ୍ଚନା ହେଉଛିି। ସେମାନେ ହେଉଛନ୍ତି ଅଶୋକସୁନ୍ଦରୀ, ଜ୍ୟୋତି ଓ ମନସା।

ମା ପାର୍ବତୀ ତାଙ୍କ ଏକାକୀତ୍ୱ ଦୂର ପାଇଁ ଅଶୋକସୁନ୍ଦରୀ ସୃଷ୍ଟି କରିଥିଲେ। ପାର୍ବତୀଙ୍କ ଏକାକୀତ୍ୱଜନିତ ଶୋକ ଦୂର କରିଥିବାରୁୁ ଓ ସେ ଖୁବ ସୁନ୍ଦରୀ ହୋଇଥିବାରୁ ତାଙ୍କ ନାମ ହୋଇଥିଲା ଅଶୋକସୁନ୍ଦରୀ। ଗୁଜୁରାଟରେ ଅଶୋକସୁନ୍ଦରୀଙ୍କୁ ପୂଜାର୍ଚ୍ଚନା କରାଯାଏ।


ଶିବଙ୍କ ଦ୍ୱିତୀୟ କନ୍ୟା ହେଉଛନ୍ତି ଜୋତି। ଜ୍ୟୋତିଙ୍କ ଜନ୍ମ ନେଇ ଦୁଇଟିି ମତ ରହିଛି। ଜ୍ୟୋତି ଶିବଙ୍କ କରୁଣାର ପ୍ରାର୍ଥିବ ପରିପ୍ରକାଶ ବୋଲି କୁହାଯାଏ। ଅନ୍ୟ କେତେକଙ୍କ ମତରେ ମା ପାର୍ବତୀଙ୍କ କପାଳରୁ ନିର୍ଗତ ଅଗ୍ନିରୁ ଜ୍ୟୋତିଙ୍କର ଜନ୍ମ ହୋଇଥିଲା। ତାଙ୍କୁ ତାମିଲନାଡୁରେ କେତେକ ମନ୍ଦିରରେ ଜ୍ୱଳାମୁଖୀ ଭାବେ ପୂଜାର୍ଚ୍ଚାନ କରାଯାଏ।


ଶିବଙ୍କ ତୃତୀୟ କନ୍ୟା ହେଉଛନ୍ତି ମନସା। ସେ ଯଦିଓ ଶିବଙ୍କ କନ୍ୟା, ମାତ୍ର କାର୍ତ୍ତକେୟଙ୍କ ପରି ତାଙ୍କ ମାତା ପାର୍ବତୀ ନୁହଁନ୍ତି। ସେ ସର୍ପମାତା କଦ୍ରୁଙ୍କ ଠାରୁ ଜନ୍ମ ହୋଇଥିିବା କୁହାଯାଏ। ଶିବଙ୍କ ରେତ କଦ୍ରୁଙ୍କ ପାଷାଣ ମୂର୍ତ୍ତ ଉପରେ ପଡ଼ିବାରୁୁ ମନସାଙ୍କର ଜନ୍ମ ହୋଇଥିିବା କୁହାଯାଏ। ତେଣୁ ପଶ୍ଚିମବଙ୍ଗରେ ସର୍ପାଘାତ ହୋଇଥିଲେ ଲୋକେ ମନସା ଦେବୀଙ୍କ ପୂଜାର୍ଚ୍ଚନା କରିବାର ଲୋକାଚାର ରହିଛି। ତେବେ ମନସା ଦେବୀଙ୍କର କୌଣସି ପ୍ରତିମୂର୍ତ୍ତି ପୂଜା କରାଯାଏ ନାହିଁ।

ସମ୍ବନ୍ଧିତ ଖବର