ଜାଣନ୍ତି କି?

ପ୍ରାଚୀନ ରୋମ୍‌ରେ ମଣିଷଙ୍କୁ କ୍ରୀତଦାସ ବନାଇ ପରସ୍ପର ସହ ଲଢ଼ିବାକୁ ବାଧ୍ୟ କରାଯାଉଥିଲା। କଲୋସିଅମ୍‌ରେ ଗ୍ଲାଡିଏଟର‌୍‌ମାନେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଲଢ଼ୁଥିଲେ। ବେଳେବେଳେ ସେମାନଙ୍କୁ ହି˚ସ୍ର ପଶୁଙ୍କ ସହ ମଧ୍ୟ ଲଢ଼ିବାକୁ ପଡ଼ୁଥିଲା। କେତେକ ରୋମାନ୍‌ ସମ୍ରାଟ୍‌ ସାଧାରଣ ଦର୍ଶକଙ୍କ ମେଳରେ ତାହା ଉପଭୋଗ କରୁଥିବାର ଦୃଷ୍ଟାନ୍ତ ରହିଛି।

ତେବେ, ଅନେକ ଜାଣି ନ ଥାଇପାରନ୍ତି, ଏମିତି ଜଣେ ରୋମାନ୍‌ ସମ୍ରାଟ୍‌ ବି ଥିଲେ, ଯିଏ ମନୋର˚ଜନ ପାଇଁ ନିଜେ ଗ୍ଲାଡିଏଟର‌୍‌ମାନଙ୍କ ସହ ଲଢ଼ୁଥିଲେ। ସେ ଥିଲେ କମୋଡସ୍‌ ଲୁସିଅସ୍‌ ଅରେଲିଅସ୍‌। ଗ୍ଲାଡିଏଟର‌୍‌ମାନଙ୍କ ବିପକ୍ଷରେ ସେ ୧୦୩୧ଟି ମୁହାଁମୁହିଁ ଲଢ଼େଇ ଜିଣିଥିଲେ। ଶେଷରେ ନାର୍ସିସସ୍‌ ନାମକ ଗ୍ଲାଡିଏଟର‌୍‌ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର