ଜାଣନ୍ତି କି?

ମିଳିତ ଜାତିସଂଘର ତଥ୍ୟ ଅନୁସାରେ, ଏବେ ବିଶ୍ୱର ସତରଟି ଦେଶରେ ରାଷ୍ଟ୍ରମୁଖ୍ୟ ଭାବେ ମହିଳା କାର୍ଯ୍ୟରତ।

ଦଶମ ଶତାବ୍ଦୀରେ ଲିଖିତ ବିଶ୍ୱର ପ୍ରଥମ ଉପନ୍ୟାସ ‘ଦ ଟେଲ୍‌ ଅଫ୍‌ ଗେଞ୍ଜି’ ଲେଖିଥିଲେ ଜଣେ ଜାପାନୀ ମହିଳା- ମୁରାସାକି ସିକିବୁ।

ଜଣେ ଝିଅ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେକୌଣସି ବୟସରେ ବିବାହ କରିପାରିବା ଭଳି ଏକ ଅଜବ ଲୋକବିଶ୍ୱାସ, ଅଷ୍ଟ୍ରେଲୀୟ ଦ୍ୱୀପ ତିଓ୍ଵିର ଅଧିବାସୀଙ୍କ ମଧ୍ୟରେ ପ୍ରଚଳିତ।

ଭୂମଧ୍ୟ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ମାଆମାନେ ପୁତ୍ର ଅପେକ୍ଷା ଅଧିକ କନ୍ୟା ସନ୍ତାନ ଜନ୍ମ ଦେଉଥିବା ଏକ ଗବେଷଣାରୁ ପ୍ରକାଶ।

ମହିଳାମାନେ ପ୍ରତିଦିନ ପ୍ରାୟ କୋଡ଼ିଏ ହଜାର ଶବ୍ଦ ଉଚ୍ଚାରଣ କରନ୍ତି; ଯାହା ପୁରୁଷଙ୍କଠାରେ ମାତ୍ର ସାତ ହଜାରରେ ସୀମିତ।

ବିଶ୍ୱର ଅଧା ଖାଦ୍ୟ କେବଳ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହୁଏ। ଅଥଚ ଶସ୍ୟ ଖେତର ମାଲିକାନା ସ୍ୱତ୍ୱ ମାତ୍ର ଏକ ପ୍ରତିଶତ ମହିଳାଙ୍କ ନାଁରେ ଥାଏ।

୧୮୯୩ରେ ନିଉ ଜିଲାଣ୍ଡ୍‌ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ସାର୍ବଜନୀନ ମତଦାନ ପ୍ରକ୍ରିୟାରେ ମହିଳାମାନଙ୍କୁ ସାମିଲ କରିଥିଲା।

ଆତ୍ମରକ୍ଷା କୌଶଳ

ବାହାରକୁ ଯିବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ ରଖନ୍ତୁ। ବାଟରେ କୌଣସି ଅଘଟଣ ଘଟିଲେ ସାମର୍ଥ୍ୟ ଅନୁସାରେ ମୁକାବିଲା କରନ୍ତୁ।

ରାସ୍ତାରେ କୌଣସି ବ୍ୟକ୍ତି ଦ୍ୱାରା ହଇରାଣର ସମ୍ମୁଖୀନ ହେଲେ ଗୋଟିଏ ସ୍ଥାନରେ ଧୀର-ସ୍ଥିର ଭାବେ ଛିଡ଼ା ହୁଅନ୍ତୁ ନାହିଁ। ନିର୍ଦିଷ୍ଟ ଦୂରତାରେ ରହନ୍ତୁ।

ଗହଣା ଚୋରି କିଂବା ଅସଦାଚରଣରୁ ରକ୍ଷା ପାଇବା ପାଇଁ ଆଗ-ପଛକୁ ସବୁବେଳେ ନଜର ରଖନ୍ତୁ। ଅନୁସରଣକାରୀଙ୍କ ପ୍ରତି ସତର୍କ ରହନ୍ତୁ। ପୁଲିସ୍‌ ହେଲ୍‌ପ ଲାଇନ୍‌ ନମ୍ବର ପାଖରେ ରଖି, ମୋବାଇଲ୍‌ରେ ତୁରନ୍ତ ସୂଚନା ଦିଅନ୍ତୁ।

ଆଜିକାଲି ମୋବାଇଲ୍‌ରେ କେତୋଟି ନିର୍ଦିଷ୍ଟ ଆପ୍‌ ଉପଲବ୍‌ଧ, ଯାହାକୁ ଛୁଇଁବା ମାତ୍ରେ ସତର୍କ ଘଣ୍ଟି ବାଜିବ। ସେହି ସବୁ ଆପ୍‌ ଡାଉନ୍‌ଲୋଡ୍‌ କରି ରଖନ୍ତୁ।

ଆତ୍ମରକ୍ଷା କୌଶଳ ପାଇଁ ତାଲିମ ନିଅନ୍ତୁ। ଆକ୍ରମଣର ଶିକାର ହେବା ମାତ୍ରେ ବୁଦ୍ଧି ଖଟାଇ ପ୍ରତିଆକ୍ରମଣ କରନ୍ତୁ। ଶତ୍ରୁର ଦୁର୍ବଳତା ଜାଣିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର