ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ପୁଣି ଥରେ ଡରାଇଲାଣି। ପ୍ରତିଦିନ ନୂଆନୂଆ ମାମଲା ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରୁଛନ୍ତି।

Advertisment

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଜଣେ ଡାକ୍ତର ମଜାଦାର ଅନ୍ଦାଜରେ କରୋନାର ନୂଆ ଭାରିଆଣ୍ଟର ମିମିକ୍ରି କରୁଥିବାର ନଜର ଆସିଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଡାକ୍ତର କହୁଛନ୍ତି, ‘ମୁଁ କିଛିଦିନ ପାଇଁ ଏଠାକୁ ଆସିଛି। ଖୁବଶୀଘ୍ର ସମସ୍ତଙ୍କୁ ଭେଟିବା ପରେ ଚାଲିଯିବ।’

ଏଥିସହିତ କଥାକଥାରେ ଡାକ୍ତର ଲୋକଙ୍କୁ ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ  ଇନଷ୍ଟାଗ୍ରାମରେ @ଡିଆରଜଗଦୀଶଚତୁର ନାମକ ୟୁଜର ସେୟାର କରିଛନ୍ତି। ଭିଡିଓକୁ ଏଯାବତ ଲକ୍ଷରୁ ଅଧିକ ଲୋକ ଦେଖି ସ‌ାରିଲେଣି। ଡାକ୍ତରଙ୍କ କରୋନା ଭାଇରସକୁ ନେଇ ଏଭଳି ମଜାଳିଆ ଭିଡିଓକୁ ଲୋକେ ଖୁବ ପ୍ରଶଂସା କରିବା ସହିତ ସେୟାର ବି କରୁଛନ୍ତି।

ଦୁଇବର୍ଷ ଧରି କରୋନା ତାର ପ୍ରଭାବ ଦେଖାଇବା ପରେ ପୁଣି ନୂଆ ରୂପରେ ଆସିଥିବା ଜଣାପଡ଼ିଛି। ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଦେଶରେ ୬୧୪ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୨୪ଘଣ୍ଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି।