ନୂଆଦିଲ୍ଲୀ: ଡାକ୍ତରଙ୍କୁ ଏଦୁନିଆର ଦ୍ବିତୀୟ ଭଗବାନ ବୋଲି କୁହାଯାଏ। ସେ ଚାହିଁଲେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବେ ସେ ନଚାହିଁଲେ ରୋଗୀଙ୍କ ମୃତ୍ୟୁ  ହୋଇଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

Advertisment

ରୋଗୀଙ୍କ ପ୍ରତି ଡାକ୍ତରଙ୍କ କରିସ୍ମା ‌ସହିତ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଅବହେଳାକୁ ନେଇ ଅନେକ ଘଟଣା ନଜରକୁ ଆସିଛି। ଏମିତି ଏକ ଘଟଣା ଟୁଇଟରେ ପୋଷ୍ଟ ହୋଇଛି । ଜଣେ ମହିଳାଙ୍କ ପେଟରେ ଅସ୍ତ୍ରୋପଚାର ସମୟରେ ଡାକ୍ତର ଅବହେଳା ହେତୁ ଏକ କଇଁଚି ଛାଡ଼ି ଦେଇଥିଲେ।  ଏହି ଘଟଣା ପ୍ରାୟ ଏକବର୍ଷ  ପୂର୍ବେ ଘଟିଥିଲା।

ଟୁଇଟରରେ ଏକ ଏକ୍ସ-ରେ ଫଟୋ ସେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଏକ ବଡ଼ କଇଁଚି ପେଟ ଭିତରେ ଅଛି।

ପ୍ରକାଶିତ ରିପୋର୍ଟ ମୁତାବକ, ୨୦୦୧ରେ ୬୫ବର୍ଷୀୟ ଜଣେ ବୃଦ୍ଧଙ୍କ ପେଟର ସିଡନି ସେଣ୍ଟ ଜର୍ଜ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର ଏକ ବର୍ଷ ପରେ ସ୍କିନରଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲେ। ଡାକ୍ତର ତାଙ୍କ ପେଟର ଏକ୍ସରେ କରିବାକୁ କହିଥିଲେ। ଏକ୍ସ‌ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବୃଦ୍ଧ ସ୍କିନରଙ୍କ ପେଟରେ ୬.୭ଇଞ୍ଚର ଏକ କଇଁଚି ଥିବା ଡାକ୍ତର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଅସ୍ତ୍ରୋପଚାର କରି ଡାକ୍ତର କଇଁଚିକୁ ବାହାର କରିଥିଲେ। ସୌଭାଗ୍ୟବଶତଃ ୧ବର୍ଷ ଧରି କଇଁଚି ବୃଦ୍ଧଙ୍କ ପେଟରେ ରହିଥିବା ବେଳେ କୌଣସି ପ୍ରକାର ସଂକ୍ରମଣ ହୋଇନାହିଁ।