ତିଆରି ହେଲା ମୁହଁରେ ସଞ୍ଜୀବନି ଭରିଦଉଥିବା ମେସିନ୍, ବାୟୁରୁ ସିଧାସଳଖ ରୋଗୀଙ୍କୁ ମିଳିପାରିବ ଅକ୍ସିଜେନ୍

ନୂଆଦିଲ୍ଲୀ:  ଅକ୍ସିଜେନ୍ କେତେ ଆଖିକୁ ଯେ ଓଦା କରିସାରିଲାଣି, ନିଶ୍ୱାସ ବିନା କେତେ ଯେ ଜୀବନ ଗଲାଣି, ତାହା ଆକଳନ କରିବା କଷ୍ଟ । ପ୍ରତିଦିନ ଦେଶର କେଉଁଠୁ ନା କେଉଁଠୁ ଅକ୍ସିଜେନ୍ ଅଭାବରୁ ଜାବନ ଚାଲିଯିବାର ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଯେଉଁ ଖବର ଆସିଛି, ତାହା ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେବ ।

ମଧ୍ୟପ୍ରଦେଶର ଅଗରମାଲବା ଜିଲ୍ଲାର ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ତିଆରି କରିଛନ୍ତି ମଣିଷ ମୁହଁରେ ସଞ୍ଜୀବନି ଭରିଦଉଥିବା ମେସିନ୍ । ଆପଣମାନେ ଜାଣିଛନ୍ତି ବାୟୁମଣ୍ଡଳରେ ଅକ୍ସିଜେନ୍ ରହିଛି । ଆଉ ଏହି ମେସିନ୍ ସାହାଯ୍ୟରେ ସିଧାସଳଖ ବାୟୁମଣ୍ଡଳରୁ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇପାରିବ । ଯେଉଁଥିରେ ଅତ୍ୟନ୍ତ ଗୁରୁତର ଥିବା ରୋଗୀଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ।

ଆପଣମାନେ ଥ୍ରି ଇଡିୟଟ୍ସ ଫିଲ୍ମ ଦେଖିଥିବେ । ସେଥିରେ ଅଭିନେତା ଅମିର ଖା୍ନ ଯେପରି ଏମରଜେନ୍ସି ଡେଲିଭରି ପାଇଁ ଏକ ଭ୍ୟାକୁମ ମେସିନ୍ ବନାଇଥିଲେ । ଠିକ୍ ଏମିତି ହିଁ ଚିନ୍ତାଧାରା ମନରେ ରଖି ଅକ୍ସିଜେନ୍ ଅଭାବକୁ ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ମେସିନ୍ ତିଆରି କରିଛନ୍ତି ଡାକ୍ତର ବ୍ରଜ ଭୂଷଣ ପଟିଦାର । ଡେଣ୍ଟାଲ୍‌ ହସ୍ପିଟାଲରେ କାମରେ ଲାଗୁଥିବା କମ୍ପ୍ରେସର ମେସିନରେ କିଛି ମୋଡିଫିକେସନ୍ କରି ଏପରି ମେସିନ୍ ପ୍ରସ୍ତୁତ କରିଛନ୍ତି । ଆଉ ଏଥିପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ସାରା ଦେଶରୁ ଅକ୍ସିଜେନ ଅଭାବରୁ ଜୀବନ ଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ, ଏହି ମେସିନ୍ ଦ୍ୱାରା ଗୁରୁତର ରୋଗୀଙ୍କୁ ନିହାତି ଭାବେ ଆଶ୍ୱସ୍ତି ମିଳିପାରିବ ବୋଲି କହିଛନ୍ତି ଡାକ୍ତର । କିନ୍ତୁ ଏହି ମେସିନରୁ ରୋଗୀଙ୍କୁ ଫାଇଦା ମିଳିବା ନେଇ କୌଣସି ଚିକିତ୍ସା ସଂସ୍ଥା କିମ୍ବା ବିଶେଷଜ୍ଞ ଏଯାଏ ସ୍ପଷ୍ଟ କରିନାହାନ୍ତି । ତେବେ ଏହି ମେସିନ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିଲେ ନିହାତି ଭାବେ ଅନେକ ରୋଗୀଙ୍କୁ ସାହାଯ୍ୟ ମିଳିପାରିବ ।

ସମ୍ବନ୍ଧିତ ଖବର