୩୦୦୦ କିଲୋମିଟର ଦୂରରେ ବସି ରୋଗୀର ସର୍ଜରି କଲେ ଡ଼ାକ୍ତର, ପ୍ରଥମ ଥର ପାଇଁ ଆପଣାଇଲେ ଏହି ଉପାୟ

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ଡ଼ାକ୍ତର ଯେଉଁ କମାଲ କରି ଦେଖାଇଛନ୍ତି, ତାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ୩୦୦୦ କିଲୋମିଟର ଦୂରରେ ବସି ଜଣେ ପାର୍କିନସନ୍‌ ରୋଗୀଙ୍କ ସର୍ଜରିକୁ ସଫଳ କରିବା ସହଜ ନଥିଲା । କିନ୍ତୁ ପ୍ରଥମ ଥର ପାଇଁ ରୋବୋଟ୍‌ ସାହାଯ୍ୟରେ ଏହି ସର୍ଜରି କରାଯାଇଥିବା ଜଣା ପଡ଼ିଛି । ଏହି ସର୍ଜରିରେ ୫ଜି ନେଟ୍‌ଓ୍ଵାର୍କର ବ୍ୟବହାର କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତଙ୍କୁ ବେଜିଙ୍ଗ୍‌ର ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସର୍ଜରି କରିବାକୁ ଥିବା ଡ଼ାକ୍ତର ଲିଙ୍ଗ ଝିପେଇ ୩୦୦୦ କିଲୋମିଟର ଦୂରରେ ହେନାନ୍‌ର ସାନ୍ୟା ସହରରେ ଥିଲେ । ଡ଼ାଙ୍କର ଝିପେଇ ସାନ୍ୟାରୁ ହିଁ ରୋବୋଟ୍‌ ଏବଂ ମେସିନ୍‌କୁ ନିୟନ୍ତ୍ରଣ କରିଥିଲେ ବୋଲି ଜଣାପଡ଼ିଛି । ଗୋଟେ ମୋବାଇଲ ଆପ୍‌ ମାଧ୍ୟମରେ ସେ ଏହି ସର୍ଜରି ପୂରା କରିଥିଲେ । ଏହି ସର୍ଜରିରେ ୫ଜି ନେଟ୍‌ଓ୍ଵାର୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ରହିଥିଲା । ଶନିବାର ଏହି ସର୍ଜରୀ କରାଯାଇଥିବା ବେଳେ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ଏହି ସର୍ଜରି କରାଯାଇଥିଲା । ସର୍ଜରୀ ସମୟରେ ରୋଗୀଙ୍କ ମୁଣ୍ଡରେ ଇଲେକ୍ଟ୍ରୋଡ୍‌ ଲଗା ଯାଇଥିଲା ବୋଲି ଜଣା ପଡ଼ିଛି । ଏହି ପ୍ରକାରର ସର୍ଜରିକୁ ରିମୋଟ୍‌ ସର୍ଜରିର ନାଁ ଦିଆ ଯାଇଥିବା ବେଳେ ଆଗକୁ ଚିକିତ୍ସା ପାଇଁ ଲୋକେ ବିଦେଶ ନ ଯାଇ ମଧ୍ୟ ନିଜ ଦେଶରେ ଚିକିତ୍ସା କରାଇ ପାରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର