ହିରୋ ସାଜିଲେ ଡାକ୍ତର, ମଝି ଆକାଶରେ ରୋଗୀଙ୍କ ମୁତ୍ରାଶୟରୁ ମୂତ୍ର ଶୋଷି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: କୁହାଯାଏ, ଡାକ୍ତର ଭଗବାନଙ୍କର ଅନ୍ୟ ରୂପ ହୋଇଥାଏ ଯେ କି ରୋଗୀକୁ ମୃତ୍ୟୁ ମୁହଁରୁ ଫେରାଇ ଆଣି ନୂଆ ଜୀବନ ଦେଇଥାନ୍ତି | ଏଭଳି ଏକ ମାମଲା ଚୀନରୁ ଆମେରିକାର ନ୍ୟୁୟର୍କ ସହରକୁ ଯାଉଥିବା ଏକ ବିମାନରେ ଦେଖିବାକୁ ମିଳିଛି | ଏହି ବିମାନରେ ଯାତ୍ରା କରୁଥିବା ଜନୈକ ଡାକ୍ତର ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ତାଙ୍କୁ ନୂଆ ଜୀବନ ଦେଇଛନ୍ତି | ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର ଜଣକ ୩୭ ମିନିଟ ଯାଏଁ ମୂତ୍ରାଶୟରୁ ମୂତ୍ରକୁ ପାଟିରେ ଶୋଷି ବାହାର କରିଥିଲେ | ମିଳିଥିବା ସୂଚନା ମୁତାବକ, ଜଣେ ମୂତ୍ରାଶୟ ରୋଗୀ ବିମାନରେ ଚୀନର ଗୁଆଙ୍ଗଝୁରୁ ନ୍ୟୁୟର୍କ ଯାତ୍ରା କରୁଥିଲେ | ନ୍ୟୁୟର୍କ ପହଂଚିବାର ୬ ଘଣ୍ଟା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା | ରୋଗୀ ଜଣକ ପରିସ୍ରା କରିବାରେ ସମସ୍ୟା ଅନୁଭବ କରୁଥିବା ବେଳେ ପାଇଲଟ କ୍ୟାବିନ ପାଖରେ ଏକ ଅସ୍ଥାୟୀ ବେଡ଼ ବ୍ୟବସ୍ଥା କରାଯାଇଥିଲା |

photo-One india

ଏହାପରେ ରୋଗୀଙ୍କ ଚିକିତ୍ସା ପାଇଁ ଏହି ବିମାନରେ ଯାତ୍ରା କରୁଥିବା ଡାକ୍ତର ଝାଂଗ ପେସେଣ୍ଟ ଆଗେଇ ଆସିଥିଲେ | ରୋଗୀଙ୍କୁ ଯାଞ୍ଚ କରିବା ପରେ ଡାକ୍ତର ଜାଣିପାରିଥିଲେ ଯେ ପରିସ୍ରା ନ କରିପାରିବା ଦ୍ୱାରା ତାଙ୍କ ମୂତ୍ରାଶୟରେ ପ୍ରାୟ ୧ ଲିଟର ମୂତ୍ର ଭରି ଯାଇଥିଲା | ଯଦି ସେହି ମୂତ୍ରକୁ ତୁରନ୍ତ ବାହାର ନ କରାଯାଏ ତେବେ ମୂତ୍ରାଶୟ ଫାଟିବା ଦ୍ୱାରା ରୋଗୀଙ୍କର ଜୀବନ ଚାଲିଯାଇପାରେ ବୋଲି ଡାକ୍ତର ଜଣକ ଜାଣିପାରିଥିଲେ | ତେବେ ବିମାନରେ ମେଡିକାଲ ଉପକରଣ ନଥିବାରୁ ବିମାନରେ ଉପଲବ୍ଧ ଥିବା ସାମଗ୍ରୀରୁ ମେଡିକାଲ ଉପକରଣ ପ୍ରସ୍ତୁତି କରିବାର ଚିନ୍ତା କରିଥିଲେ |

ଏହି ଅସ୍ଥାୟୀ ଅପରେସନ ପାଇଁ ସେ ଅକ୍ସିଜେନ ମାସ୍କ, ଏକ ସିରିଂଜ, ଦୁଗ୍ଧ ବୋତଲର ବ୍ୟବହାର କରିଥିଲେ | ଡାକ୍ତର ମୂତ୍ର କାଢ଼ିବାକୁ ସିରିଞ୍ଜର ବ୍ୟବହାର କରିଥିଲେ କିନ୍ତୁ ଏହା କାମ ଦେଇ ନଥିଲା | କୌଣସି ରାସ୍ତା ନ ପାଇ ଡାକ୍ତର ଜଣକ ଶୋଷି ମୂତ୍ର କାଢିଥିଲେ | ଦୀର୍ଘ ୩୭ ମିନିଟ ଧରି ଡାକ୍ତର ଜଣକ ୭୦୦ରୁ ୮୦୦ ମିଲିଲିଟର ମୂତ୍ର ଶୋଷି ବାହାର କରିଥିଲେ | ଡାକ୍ତରଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚିଯାଇଥିଲା | ବିମାନ ଗନ୍ତବ୍ୟ ସ୍ଥଳରେ ପହଂଚିବା ପରେ ଏବେ ଏହି ରୋଗୀଙ୍କର ଚିକିତ୍ସା କରାଯାଇ ଥିଲା।

ସମ୍ବନ୍ଧିତ ଖବର