ନ ଖାଇ, ନ ଶୋଇ ୨୪ଘଣ୍ଟା କରୋନାଭାଇରସ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର କାନ୍ଦି ପକାଇଲେ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏଯାବତ ୧୦୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚୀନ କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଯାତ୍ରୀଙ୍କ ଯାତ୍ରା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛି।

ଚୀନର ଉହାନ୍‌ ସହରରେ ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଆମେରିକାରେ ପହଞ୍ଚି ଯାଇଛି। ଏଠାରେ କରୋନା ଭାଇରସ୍‌ ସଂକ୍ରମଣ ହେବାର ୫ଟି ଘଟଣା ସାମ୍ନାକୁ ଆସିଛି। କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରମାନେ ୨୪ଘଣ୍ଟା ନଖାଇ, ନଶୋଇ ପରିଶ୍ରମ କରୁଛନ୍ତି। ଏହି କ୍ରମରେ ଏକ ଭାବବିହ୍ଵଳ ଭିିଡିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି।

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଡାକ୍ତର ଭୋଭୋ ହୋଇ ହସ୍‌ପିଟାଲ୍‌ରେ କାନ୍ଦୁଛନ୍ତି। ତାଙ୍କର ଜଣେ ସହଯୋଗୀ ଡାକ୍ତରଙ୍କୁ ବୁଝାଉଛନ୍ତି। ଏହି ଡାକ୍ତର ଜଣକ ଅଧିକ କ୍ଲାନ୍ତ ହେବା ସହିତ ନଶୋଇ ଭୋକ ଉପବାସରେ ୨୪ଘଣ୍ଟା ରୋଗୀଙ୍କ ସେବା କରି ଥକି ପଡ଼ିଥିବା କାରଣରୁ କାନ୍ଦୁଥିବା ଜଣାପଡ଼ିଛି।

Image result for coronavirus
Moneycontrol

ଡାକ୍ତର କ୍ଲାନ୍ତ ହୋଇ କାନ୍ଦୁଥିବା ଏହି ଭିଡିଓକୁ ଏଯାବତ ୩୨୫ହଜାର ଥର ଦେଖା ଯାଇ ସାରିଲାଣି। ଚୀନ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓକୁ ସେୟାର କରିବାର କିଛି ସମୟ ପରେ ହଟାଇ ଦିଆଯାଇଥିଲା, କିନ୍ତୁ ପରେ ଟୁଇଟରରେ ଏହାକୁ ଅପଲୋଡ କରାଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଭିଡିଓ କ୍ଲିପ୍‌ ଉହାନ୍‌ ସହରର ଏକ ହସ୍‌ପିଟାଲ ଭିତରର ବୋଲି କୁହାଯାଉଛି। ଚୀନର ଏହି ସହରରେ ଯାତାୟାତ ପାଇଁ ଥିବା ଆକାଶପଥ, ରେଳପଥ ଓ ସଡ଼କପଥକୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର