ଯେଉଁମାନେ ନିୟମିତ ଭାବେ ହସ୍ପିଟାଲକୁ ଯାଆନ୍ତି,ସେମାନେ ଲକ୍ଷ୍ୟ କରୁଥିବେ ଯେ ସେଠାରେ କାର୍ଯ୍ୟରତ ଡାକ୍ତରମାନେ ଧଳା କୋଟ୍ ପିନ୍ଧିଥା’ନ୍ତି। ଏହାକୁ ଇଂରାଜିରେ ଆପ୍ରନ୍ ବୋଲି କୁହାଯାଏ।
ହେଲେ ଆପଣଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଡାକ୍ତରମାନେ କାହିଁକି ଧଳା କୋଟ୍ ପିନ୍ଧିଥାନ୍ତି। ପ୍ରକୃତରେ ଏହାର ରହସ୍ୟ ସଂପର୍କରେ ଅନେକ ଲୋକ ଠିକ୍ ଭାବେ ଜାଣନ୍ତି ନାହିଁ।
ଧଳା ଆପ୍ରନ୍ ଆଜି ଡାକ୍ତରମାନଙ୍କର ପରିଚୟ ହୋଇଯାଇଛି ।ଏହା ବହୁ ଦିନରୁ ପ୍ରଚଳିତ ହୋଇଆସିଛି। ପ୍ରକୃତରେ ଚିକିତ୍ସାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହି କାରଣରୁ ଡାକ୍ତରମାନେ ପରିଷ୍କାର ପରିଚ୍ଛନ୍ନ ରହିବା ଲାଗି ସର୍ବଦା ଚେଷ୍ଟିତ ହୋଇଥା’ନ୍ତି।
ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାର ପ୍ରତୀକ ହେଉଛି ଧଳା ରଙ୍ଗ। ଏଣୁ ଡାକ୍ତରମାନେ ଏହାର ପ୍ରତୀକ ବୋଲି ନିଜକୁ ଜଣାଇବା ଲାଗି ଧଳା କୋଟ୍ ପିନ୍ଧିଥାନ୍ତି। ତା’ଛଡ଼ା ଧଳା କୋଟ୍ ଉପରେ କୌଣସି ମଇଳା ଲାଗି ଗଲେ,ତାହା ସହଜକୁ ନଜରକୁ ଆସିଥାଏ। ଏଣୁ ଡାକ୍ତରମାନେ ଏଥିପ୍ରତି ଧ୍ୟାନ ଦେଇଥାନ୍ତି।
/sambad/media/post_attachments/wp-content/uploads/2018/07/Doctors-300x200.jpg)
ଧଳା ରଙ୍ଗ ପବିତ୍ରତା,ବିଶ୍ୱସନୀୟତା ଓ ଭଗବାନଙ୍କ ସହିତ ସଂପର୍କରେ ପ୍ରତୀକ ବୋଲି କୁହାଯାଏ। ଲୋକେ ଡାକ୍ତରଙ୍କଠାରେ ଉପରୋକ୍ତ ଗୁଣ ସବୁ ଦେଖିଥାନ୍ତି। ଏହି କାରଣରୁ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି ମନେ କରେ ରୋଗୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Doctor-Apron_Thumbnail.jpg)