ବାପାମାଆଙ୍କ ପାଖରେ ପୁଅର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ନଥିଲା ଟଙ୍କା, ଡାକ୍ତର ଯୋଗାଡ଼ କରି ଦେଲେ ୧୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ଜଣେ ଡାକ୍ତର ୭ ବର୍ଷିଅ ଶିଶୁପୁତ୍ରର ଲିଭର ଟ୍ରାନ୍ସପ୍ଲାଣ୍ଟ ଲାଗି ୧୧ ଲକ୍ଷ ଟଙ୍କା ଯୋଗାଡ଼ କରିଛନ୍ତି ।
ଶିଶୁଟିର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ତା’ର ପିତାମାତାଙ୍କୁ ଯେତେବେଳେ ହସ୍ପିଟାଲ ପକ୍ଷରୁ ଖର୍ଚ୍ଚ ବାବଦରେ ୧୫ ଲକ୍ଷ ଟଙ୍କା ଦରକାର ବୋଲି କୁହାଗଲା, ସେତେବେଳେ ଅଭିଭାବକ ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ବୋଲି ଭାବି ଚିନ୍ତାରେ ପଡ଼ିଗଲେ। , କାରଣ ସେମାନେ ଏତେ ଟଙ୍କା ଏକାଠି କରିବା ଭଳି ଅବସ୍ଥାରେ ନଥିଲେ ।

ଏକଥା ଜାଣିବାପରେ ଶିଶୁର ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଶରତ ବର୍ମା ଟଙ୍କା ଯୋଗାଡ଼ରେ ଲାଗିପଡ଼ିଥିଲେ । ଶିଶୁର ପିତା ମହମ୍ମଦ ରେହାନ କହିଛନ୍ତି ଯେ, ଡାକ୍ତରଙ୍କ ଏହି ସାହାଯ୍ୟ ସେ ମନେ ରଖିବେ । .ସେ ଆହୁରି କହିଛନ୍ତି ଆମେ ୩ ଲକ୍ଷ ଟଙ୍କା ଦେଇଥିଲୁ । ବାକି ଟଙ୍କା ଡାକ୍ତର ଦେଇଛନ୍ତି ।

photo–ndtv

ଡାକ୍ତର ଶରତ ବର୍ମା କହିଛନ୍ତି, ଶିଶୁଟିର ଲିଭର ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ ହୋଇଯାଇଥିଲା । ଏଥିଲାଗି ଏହାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଶିଶୁଟି ସୁସ୍ଥ ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର