ବ୍ୟର୍ଥ ଗଲାନି ମାଆର ପ୍ରାର୍ଥନା: ମୃତ୍ୟୁ ମୁଖରୁ ଫେରିଲା ଗୁରୁତର ପୁଅ

ହାଇଦ୍ରାବାଦ୍‌: ଜଣେ ମାଆର ମମତା ଯେ ପିଲା ପାଇଁ କ’ଣ ହୋଇପାରେ ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି। ତେଲେଙ୍ଗାନାର ଜଣେ ପିଲାକୁ ଡାକ୍ତର ଫେରାଇ ଦେବା ପରେ ବି ଆଶା ଛାଡ଼ି ନଥିଲେ ମାଆ। ମାଆର ସ୍ନେହ, ଭକ୍ତି ଓ ପ୍ରାର୍ଥନା ହେତୁ ତାଙ୍କ ପୁଅକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନାର ଗନ୍ଧାମ କିରଣ ନାମକ ୧୮ ବିିର୍ଷିଅ ଯୁବକଙ୍କୁ ଡେଙ୍ଗୁ ଓ ଜଣ୍ଡିସ୍‌ ହୋଇଥିଲ। ତାଙ୍କ ଅବସ୍ଥା ଖୁବ୍‌ ଗୁରୁତର ଥିଲା। ପୁଅର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ଲୋକ ଖୁବ୍‌ ଚିନ୍ତିିତ ଥିଲେ। ସେମାନେ ତା’ର ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ୍‌ର ଏକ ବେସରକାରୀ ହସ୍ପିଟାଲ୍‌ରେ ନେଇ ଭର୍ତ୍ତି କରିଥିଲେ।

ଜୁଲାଇ ୩ ତାରିଖରେ କିରଣଙ୍କ ମାଆଙ୍କୁ ଡାକ୍ତର ଜଣାଇଥିଲେ ଯେ ତାଙ୍କ ପୁଅର ମସ୍ତିଷ୍କ ଅକାମୀ ହୋଇଯାଇଛି। ସେ ଆଉ କେବେ ଭଲ ହେବେ ନାହିଁ। ଡାକ୍ତର ତାଙ୍କ ପୁଅକୁ ଫେରାଇ ନେବାକୁ କହିଥିଲେ।

ପୁଅକୁ ଧରି ନିଜ ଗାଁକୁ ଆସିଥିଲେ ମହିଳା। ଛାଡ଼ିନିଲେ ପୂଜାର୍ଚ୍ଚନା। ପୁଅ ପାଇଁ ବହୁ ମାନସିକ କରିବା ପରେ ସେହିଦିନ ରାତିରେ ମିଳିଲା ଖୁସି ଖବର। ପୁଅ ଆଖିରୁ ଧାରେ ଲୁହ ଖସିବା ପରେ ସେ ସ୍ଥାନୀୟ ଡକ୍ଟର ରେଡ୍ଡିଙ୍କୁ ଡାକିଥିଲେ।

ଡକ୍ଟର ରେଡ୍ଡି ହାଇଦ୍ରାବାଦ୍‌ରେ ସେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ନମ୍ବରରେ କଲ୍‌ କରିବାରୁ କିରଣଙ୍କୁ ୪ଟି ଇନ୍‌ଜେକ୍ସନ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଶେଷରେ ସେଇ ଇନ୍‌ଜେକ୍ସନ ଲାଗିବା ପରେ କିରଣ ପୁଣି ସୁସ୍ଥ ଅନୁଭବ କରିଥିଲା।

ସମ୍ବନ୍ଧିତ ଖବର