ଡାକ୍ତରମାନଙ୍କୁ ଦିଆଯାଉଛି ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ

କୋଲକାତା: ଭାରତର ହସ୍ପିଟାଲମାନଙ୍କରେ ଡାକ୍ତରମାନଙ୍କ ଉପରେ ଆକ୍ରମଣର ଖବର ଅନେକ ସମୟରେ ଚର୍ଚ୍ଚାରେ ରହୁଛି। ଡାକ୍ତରଙ୍କୁ ମାରପିଟି କରିବା ଘଟଣା ବି ଘଟିଛି। କିଛି ଡାକ୍ତର ମଧ୍ୟ କିଛି ବର୍ଷ ତଳେ ହେଲମେଟ୍‌ ପିନ୍ଧି ରୋଗୀଙ୍କର ଚିକିତ୍ସା କରୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି। ଡାକ୍ତରମାନଙ୍କ ଉପରେ ନିୟମିତ ଭାବେ ଆକ୍ରମଣ ଦୃଶ୍ୟ ବି ସାମ୍ନାକୁ ଆସିଛି। ଡାକ୍ତରମାନଙ୍କ ଉପରେ ନିୟମିତ ଭାବେ ଆକ୍ରମଣ ହେଉଥିିବା କାରଣରୁ ସେମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି।ଏନ୍‌ ଆର୍‌ଏସ୍‌ ମେଡିକାଲ୍‌ କଲେଜ ପକ୍ଷରୁ ଡାକ୍ତରମାନଙ୍କ କ୍ରୋଧରୁ ବର୍ତ୍ତିବା ଲାଗି ଡାକ୍ତରମାନେ କେତେ ଥର ବିକ୍ଷୋଭ ପ୍ରଦର୍ଶନ କରିସାରିଛି।

ଏହାକୁ ଦେଖି ଡାକ୍ତରମାନେ କିପରି ନିଜର ସୁରକ୍ଷା କରିବେ,ତାହାର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ କୋଲକାତାର
ଏହା ଅନୁଯାୟୀ ଡାକ୍ତରମାନଙ୍କୁ ଏନ୍‌ ଆର୍‌ଏସ୍‌ ମେଡିକାଲ୍‌ କଲେଜ କର୍ତ୍ତୃପକ୍ଷ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦେଉଛନ୍ତି। ଏହାଫଳରେ ଅନ୍ତତଃପକ୍ଷେ ସେମାନେ କୌଣସି ଆକସ୍ମିକ ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ ବୋଲି ମେଡିକାଲ୍‌ କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର