ଏଭଳି ଡାକ୍ତରଙ୍କୁ ଶହେ ସଲାମ: କରୋନା ରୋଗୀଙ୍କ ସେବା ପାଇଁ ବ‌ର୍ଷେ ହେବ ଘରକୁ ଯାଇ ନାହାନ୍ତି, ଦେଇ ଚାଲିଛନ୍ତି ଅହରହ ସେବା

ନୂଆଦିଲ୍ଲୀ: ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ମୋଟ ୧ ଲକ୍ଷ ୯୭ହଜାର ୮୯୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୧ ହଜାର ୮୨୭ଜଣ ସୁସ୍ଥ ହୋଇଛନ୍ତି । ସର୍ବମୋଟ‌ରେ ୧କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୮ ଲକ୍ଷ ୮୨ ହଜାର ୨୦୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ଏଭଳି ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ସେବା କରିବାକୁ ଯାଇ ନିଜ ଘରଦ୍ବାର ପରିବାରକୁ ପଛ କରି ଦେଇଛନ୍ତି।  ଏହି କ୍ରମରେ ପିଥୌରାଗଡ ଧାରଚୁଲାରେ ରହୁଥିବା ଚଞ୍ଚଳ ସିଂ ଚର୍ଚ୍ଚାକୁ ଆସିଛନ୍ତି। ସେ ରୋଗୀଙ୍କ ସେବା ପାଇଁ ବର୍ଷେ ହେଲାଣି ନିଜ ଗାଁକୁ ଯାଇନାହାନ୍ତି।

How do you treat coronavirus? Here are physicians' best strategies | Science | AAAS

ଉତ୍ତରାଖଣ୍ଡ ଅଲମୋରା ନିର୍ମାଣାଧୀନ ମେଡିକାଲ କଲେଜକୁ କୋଭିଡ ହସ୍ପିଟାଲ କରାଯାଇଛି। କରୋନା ଯାଞ୍ଚରୁ ଆରମ୍ଭ କରି କରୋନା ରୋଗୀଙ୍କ ଚିକିତ୍ସା ଓ ସୁସ୍ଥ ହେବାପରେ ସେମାନଙ୍କୁ ଘରକୁ ପଠାଇବା କାମ ଡାକ୍ତର ଚଞ୍ଚଳ ସିଂହ କରୁଛନ୍ତି।
ଡାକ୍ତର ଚଞ୍ଚଳ ସିଂହ ହସ୍ପିଟାଲରେ ସଚେତକ ପଦବୀରେ ଅଛନ୍ତି। କିନ୍ତୁ କରୋନା କାଳରେ କୋଭିଡ ହସ୍ପିଟାଲରେ ସେ ରୋଗୀଙ୍କ ସେବା କରୁଛନ୍ତି। କେବଳ ଡାକ୍ତର ଚଞ୍ଚଳ ନୁହନ୍ତି, ଚଞ୍ଚଳଙ୍କ ସମେତ ଏମିତି ଅନେକ କର୍ମଚାରୀ ମଧ୍ୟ ଅଛନ୍ତି ଯେଉଁମାନେ ବର୍ଷେ ହେଲା ନିଜ ଘରକୁ ଯାଇନାହାନ୍ତି।

ଡାକ୍ତର ଚଞ୍ଚଳ କହିଛନ୍ତି ଯେ ଜିଲ୍ଲାରେ ଏବେ ସୁଦ୍ଧା ୪୬୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୩୦ରୁ ଅଧିକ ଜଣ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର