ସ୍କୁଲ ପୋଷାକରେ କୁକୁରକୁ ଦେଖି ଅସନ୍ତୋଷ ହେଲେ ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଖରାର ପ୍ରକୋପ ବଢ଼ି ଗଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଆଗାମୀ ଗୋଟିଏ କି ଦୁଇଦିନ ମଧ୍ୟରେ ସ୍କୁଲଗୁଡ଼ିକ‌ରେ ଗ୍ରୀଷ୍ମ ଛୁଟି ହେବାର ଘୋଷଣା କରି ଦିଆଯାଇଛି। ସ୍କୁଲ ଛୁଟି ହେବାକୁ ଅଳ୍ପଦିନ ବାକିଥିବ‌ା ବେଳେ ଜଣେ ଶିଶୁ ଓ ତା’ ସହିତ ଥିବା କୁକୁର ବି ସ୍କୁଲ ପୋଷାକ ପିନ୍ଧାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଶିଶୁ ଧଳା ଓ ନୀଳ ରଙ୍ଗର ସ୍କୁଲ ପୋଷାକ ପିନ୍ଧିଥିବା ବେଳେ ସାଥୀ‌ରେ ତାର କୁକୁର ବି ସମାନ ପୋଷାକ ପିନ୍ଧିଛି। କେବଳ ଏତିକି ନୁହେଁ ସ୍କୁଲ ଯିବା ସମୟରେ ଯେମିତି ବ୍ୟାଗ ଓ ପାଣିବୋତଲ ପିଲାମାନେ ସାଥୀରେ ନେଇ ଯାଇଥାଆନ୍ତି କୁକୁର ବି ‌ସମାନ ବେଶ ଧରିଛି।

 

ଏହି ଭିଡିଓ ସାମ୍ନାକୁ ଆସିବ‌ା ପରେ କିଛିଲୋକ ପସନ୍ଦ କରୁଥିବା ବେଳେ ଆଉ କିଛିଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କୁକୁରକୁ ମଣିଷ ପରି ସଜାଇବାର କୌଣସି ଯଥାର୍ଥ ନାହିଁ। ପଶୁପକ୍ଷୀଙ୍କୁ ସେମାନଙ୍କ ଅବସ୍ଥାରେ ଛାଡ଼ି ଦେବା ଉଚିତ। ଜୋରଜବରଦସ୍ତି କୁକୁରକୁ ଏଭଳି ପୋଷାକ ପିନ୍ଧାଇ ସ୍କୁଲ ବ୍ୟାଗ ପକାଇଦେବା ଦ୍ବାରା ନିଶ୍ଚିତ ଭାବେ ତାକୁ କଷ୍ଟ ହୋଇଥିବ। କିନ୍ତୁ କିଛି କହି ନପାରୁ ନଥିବାରୁ ସେ ଚୁପ ରହିଛି। ତେଣୁ ମଣିଷ ପଶୁପକ୍ଷୀଙ୍କୁ ଏଭଳି ନିର୍ଯାତନା ଦେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର