୧୦ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିବା କୁକୁର ଏପରି ପହଞ୍ଚିଲା ମାଲିକ ଘରେ…

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏବି ନାମକ କୁକୁରର ଫଟୋ ଭାଇରାଲ ହୋଇଛି। ଲୋକମାନେ ଏହି ଏବି ସମ୍ପର୍କରେ ବି ଜାଣିବାକୁ ଚାହୁଁଛନ୍ତି। କେତେକ ଲୋକ ଏହି କୁକୁରକୁ ପ୍ରଶଂସା କରିବା ସହିତ କେହିକେହି ଚତୁର କୁକୁର ବୋଲି କହୁଛନ୍ତି।

ସୂଚନାଯୋଗ୍ୟ, ଏବି ୧୦ବର୍ଷ ପୂର୍ବରୁ ନିଜ ମାଲିକ ଠାରୁ ଅଲଗା ହୋଇଯାଇଥିଲା। ସେହି ସମୟରେ ଏବିର ମାଲିକ କୁକୁରକୁ ବହୁତ ଖୋଜି ଥିଲେ କିନ୍ତୁ ପାଇ ନଥିଲେ। ୧୦ବର୍ଷ ପରେ ଏବି ଘରକୁ ଫେରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ୟୁଏସ୍‌ଏର ପେନସିଲ୍‌ବାନିୟାରେ ଘଟିଛି।

କୁକୁର ଏବି ଘରକୁ ଫେରିବା ପରେ ତାର ମାଲିକ ଖୁବ୍‌ ଖୁସି ହୋଇଯାଇଛନ୍ତି। ତାଙ୍କ ପାଦ ତଳେ ଲାଗୁ ନାହିଁ। ଏବିଙ୍କ ମାଲିକାଣି ସୁର୍ବେଲ୍ଡଙ୍କ କହିବାନୁସାରେ, ମୁଁ ଏବିକୁ ସାମ୍ନାରେ ଦେଖି ବିଶ୍ୱାସ କରି ପାରିଲି ନାହିଁ, ଯେ ସେ ବାସ୍ତବରେ ମୋ ପାଖରେ ଆସି ପହଞ୍ଚି ଯାଇଛି। ଏବି ଦୀର୍ଘ ୧୦ବର୍ଷ ପରେ ଫେରି ଆସିବ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି।

କିଛିଦିନ ପୂର୍ବେ ଏବି ମାଲିକ ଘରଠାରୁ ୧୦ମାଇଲ୍‌ ଦୂରରେ ଥିଲା। ଏବି ଗଳାରେ ଲାଗିଥିବା ମାଇକ୍ରୋଚିପ୍‌ ପୁଲିସକୁ ତାର ମାଲିକକୁ ଚିହ୍ନିବା ପାଇଁ ସାହାଯ୍ୟ କରିଥିଲା। କୁକୁର ଗଳାରେ ଲାଗିଥିବା ମାଇକ୍ରୋଚିପ୍‌ ଜରିଆରେ ପୁଲିସକୁ ତାର ମାଲିକ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଫୋନ୍‌ କରି ଏବି ସମ୍ପର୍କରେ ପୁଲିସ ତାର ମାଲିକଙ୍କୁ ଖବର ଦେଇଥିଲା।

ସମ୍ବନ୍ଧିତ ଖବର