ସଡ଼କ ଦୁର୍ଘଟଣାରେ ମାଲିକ ମରିଯିବା ପରେ ୮୦ଦିନ ହେଲାଣି  ସେହି ସ୍ଥାନରେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ପୋଷା କୁକୁର

ନୂଆଦିଲ୍ଲୀ : କୁକୁର ସବୁ ପଶୁମାନଙ୍କଠାରୁ ଅଧିକ ନିଷ୍ଠାବାନ ଏବଂ ଭରସା ଯୋଗ୍ୟ ବୋଲି ସମସ୍ତେ ଜାଣିବା ସହ ବିଶ୍ୱାସ ମଧ୍ୟ କରନ୍ତି । ଯଦି ଏଥିରେ କାହାର କିଛି ବି ସନ୍ଦେହ ରହିଛି ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ସେମାନଙ୍କ ସନ୍ଦେହ ନିଶ୍ଚୟ ଦୂର ହେବ ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ କାହାର ଆଖିରେ ଲୁହ ରହୁ ନାହିଁ । ଭିଡ଼ିଓରେ ହୋହଟ୍‌ ମଙ୍ଗୋଲିଆରେ ଥିବା ଏକ ରାସ୍ତା କଡ଼ରେ ଏକ କୁକୁର ବସିଥିବାର ଦେଖାଯାଇଛି । କୁକୁରଟି ଏପରି ବସିଥିବା ପଛର କାରଣ ଜଣା ପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

ସୂଚନା ମୁତାବକ, ଅଗଷ୍ଟ୨୧ରେ କୁକୁରଟିର ମାଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏ ବିଷୟରେ ଜାଣିବା ପରେ କୁକୁରଟି ସେହି ସ୍ଥାନରୁ ନ ଯାଇ ୮୦ଦିନ ହେଲାଣି ସେଇଠି ନିଜ ମାଲିକର ଅପେକ୍ଷାରେ ବସି ରହିଥିବା ଜଣାପଡ଼ିଛି । ରାସ୍ତାରେ ଯାଉଥିବା ଲୋକ କୁକୁରଟିକୁ ସେଠାରୁ ଯିବା ପାଇଁ ପାଟି କରୁଥିଲେ ମଧ୍ୟ କୁକୁରଟି ସେଇଠି ବସି ରହିଛି । କୁକୁରର ଏଭଳି କାମ ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି ।

ସମ୍ବନ୍ଧିତ ଖବର