ପୋଷା କୁକୁରଙ୍କୁ ବେଆଇନ ନାମ ଦେଇ ଜେଲ୍‌ ଗଲେ ମାଲିକ !

ନିଜର ପୋଷା କୁକୁରଙ୍କୁ ବେଆଇନ ନାମ ଦେଇ ଜଣେ ଚାଇନିଜ୍‌ ବ୍ୟକ୍ତି ହରଡ଼ଘଣାରେ। ତାଙ୍କୁ ଗିରଫ କରାଯିବା ସହ ଦଶ ଦିନର ସଶ୍ରମ କାରାଦଣ୍ତ ଦିଆଯାଇଛି। ତିରିଶ ବର୍ଷ ବୟସ୍କ ଅଭିଯୁକ୍ତଙ୍କ ନାମ ବାନ୍‌। ସେ ନିଜର ଦୁଇ ପୋଷା କୁକୁରଙ୍କୁ ‘ଚେନ୍‌ଗୁଆନ୍‌’ ଓ ‘ଜାଇଗୁଆନ୍‌’ ଭାବେ ନାମିତ କରିଥିବା, ଚାଇନିଜ୍‌ ସାମାଜିକ ଗଣମାଧ୍ୟମ ‘ଵିଚାଟ୍‌’ରେ ପୋସ୍‌ଟ କରିଥିଲେ। ଚାଇନାର ପ୍ରଶାସନିକ ବ୍ୟବସ୍ଥାରେ ‘ଚେନ୍‌ଗୁଆନ୍‌’ ଓ ‘ଜାଇଗୁଆନ୍‌’ ଦୁଇଟି ସରକାରୀ ପଦର ନାମ। ‘ଚେନ୍‌ଗୁଆନ୍‌’ ନିମ୍ନ ବୈତନିକ ପୁଲିସ୍‌ କର୍ମଚାରୀ ଏବ˚ ‘ଜାଇଗୁଆନ୍‌’ ସହକାରୀ ଟ୍ରାଫିକ୍‌ କର୍ମଚାରୀ। ବାନ୍‌ଙ୍କର ପୋସ୍‌ଟ ଭାଇରାଲ୍‌ ହେବା ପରେ ପୁଲିସ୍‌ ଅନୁସନ୍ଧାନ କରି, ତାଙ୍କୁ ଗିରଫ କରିଥିଲା। ବିଚାର ବେଳେ ବାନ୍‌ ନିଜର ନିରୀହତା ପ୍ରମାଣିତ କରିବାକୁ ଯାଇ କହିଥିଲେ, କୁକୁରକୁ ଏ ଭଳି ନାମ ଦେବା ବେଆଇନ ବୋଲି ସେ ଜାଣି ନ ଥିଲେ। ତେବେ, ତାଙ୍କ ସଫେଇକୁ ଗ୍ରହଣ କରାଯାଇ ନ ଥିଲା। ସେ ଜାଣିଶୁଣି ବ୍ୟବସ୍ଥାକୁ ବ୍ୟଙ୍ଗ-ଉପହାସ କରିଥିବା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର