ସୋସିଆଲ୍ ମିଡିଆରେ ଭାଇରାଲ ହେଲା ପକ୍ଷଘାତ ଶିକାର ମାଲିକର ହ୍ଵିଲ୍ ଚେୟାରକୁ ଠେଲି ଠେଲି ନେଉଥିବା କୁକୁରର ଭିଡିଓ
ନୂଆଦିଲ୍ଲୀ : କୁକୁରମାନେ ମଣିଷମାନଙ୍କଠାରୁ ଅଧିକ ସଚ୍ଚୋଟ ତାହା ଆପଣମାନେ ଶୁଣିଥିବେ ନିଶ୍ଚୟ । କିନ୍ତୁ ଭାଇରାଲ ହୋଇଥିବା ଏହି ଭିଡ଼ିଓଟି ଦେଖିବା ପରେ ଆପଣଙ୍କୁ ବିଶ୍ୱାସ ମଧ୍ୟ ହୋଇଯିବ । ନିଜ ମାଲିକର ଦୁଃଖ ବୁଝିବା ସହ କୁକୁରଟି କିପରି ନିଜ ମାଲିକର ସାଥ୍ ଦେଇଛି ତାହା ଭିଡ଼ିଓରେ ଦେଖିବାକୁ ମିଳିଛି । ମାଲିକଟି ହ୍ଵିଲ୍ ଚେୟାରରେ ବସି କୌଣସି ଜିନିଷ ଆଣିବାକୁ ବାହାରକୁ ଯାଉଥିବା ବେଳେ ପଛପଟୁ ନିଜର ମୁଣ୍ଡ ସାହାଯ୍ୟରେ କୁକୁରଟି ହ୍ଵିଲ୍ ଚେୟାରଟିକୁ ଠେଲି ନେଉଥିବା ଦେଖା ଯାଇଛି । ମାଲିକକୁ ଯେପରି ଅଧିକ କଷ୍ଟ ନ ହେଉ ସେ ସେଥିପାଇଁ କୁକୁରଟି ପଛପଟୁ ସାହାରା ଦେଇଛି । କୁକୁରଟିର ନାଁ ଡ଼ିଗଙ୍ଗ ଓ ଘଟଣାଟି ଫିଲିପାଇନ୍ସର ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ,ଡ଼ାନିଲୋଙ୍କର ବର୍ଷେ ପୂର୍ବେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ତାଙ୍କ ଅଣ୍ଟାର ହାଡ଼ ଭାଙ୍ଗିଯିବାରୁ ସେ ଚାଲି ପାରି ନଥିଲେ । ଦୁର୍ଘଟଣା ପରେ ତାଙ୍କୁ ହ୍ଵିଲ୍ଚେୟାରର ବ୍ୟବହାର କରିବାକୁ ପଡ଼ିଥିଲା । ଏତେ ସବୁ ପରେ ଡ଼ାନିଲୋଙ୍କ ସାଥ୍ ଛାଡ଼ି ନଥିଲେ ଡ଼ିଗଙ୍ଗ୍ । ବାହାରକୁ ଗଲେ ବା କୌଣସି ଘରୋଇ କାମ କରିବା ସମୟରେ ଡ଼ାନିଲୋଙ୍କୁ ଡ଼ିଗଙ୍ଗ୍ ନିଜ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିଥାନ୍ତି । ବାହାରକୁ ଯିବା ସମୟରେ ଡ଼ାନିଲୋଙ୍କ ହ୍ଵିଲ୍ ଚେୟାରକୁ ସେ ନିଜ ବଳ ହିସାବରେ ପଛ ପଟୁ ଠେଲି ଠେଲି ନେଇଥାନ୍ତି । ଡ଼ାନିଲୋ ଏବଂ ଡ଼ିଗଙ୍ଗ ଏହି ହୃଦୟଭରା ଦୃଶ୍ୟ ଜଣେ ବାଟୋଇ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହି ଭିଡ଼ିଓଟି ସମସ୍ତଙ୍କ ମନକୁ ଛୁଇଁଛି ।