ସମୁଦ୍ର ଲହଡିରେ ଭାସି ଯାଉଥିଲା ଶିଶୁ, ମୃତ୍ୟୁମୁଖରୁ ଏପରି ବଞ୍ଚାଇ ଆଣିଲା କୁକୁର

ନୂଆଦିଲ୍ଲୀ: ପଶୁପକ୍ଷୀଙ୍କ ତୁଳନାରେ କୁକୁରକୁ ସବୁଠାରୁ ବୁଝିଲାସୁଝିଲା ପ୍ରାଣୀ ଭାବେ ଜଣାଯାଇଥାଏ। ଶୁଙ୍ଘିଶୁଙ୍ଘି କେଉଁ ସ୍ଥାନରେ ବିପଦ ଅଛି କିମ୍ବା ଆଗକୁ କ’ଣ ବିପଦ ଆସୁଛି କୁୁକୁରମାନେ ଆଗେ ଜାଣି ନେଇ ଥାଆନ୍ତି। ଖାସ୍‌ ଏହି କାରଣରୁ ପୁଲିସ ବିଭାଗରେ କୁକୁରମାନଙ୍କ ଭର୍ତ୍ତି କରାଯାଇଛି। କୁକୁର ମଣିଷର ଜୀବନ ବଞ୍ଚାଇଥିବା ନେଇ ଅନେକ ଘଟଣା ରହିଛି । ତେବେ ନିକଟରେ ସମୁଦ୍ର ଲହଡିରେ ଭାସି ଯାଉଥିବା ଏକ ଶିଶୁକୁ ମୃତ୍ୟୁମୁଖରୁ କୁକୁର ବଞ୍ଚାଇ ଆଣିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି।

କୁହାଯାଉଛି କି, ଗୋବିଲ-ସୁର-ମେର ନିକଟସ୍ଥ ଏକ ଶିଶୁ ସମୁଦ୍ର ଲହଡିରେ ତାର ଜେଜେବାପା ସହ ଖେଳୁଥିଲା। ଏହି ସମୟରେ ଅନ୍ୟମନସ୍କତା ହେତୁ ଶିଶୁଟି ସମୁଦ୍ର ଲହଡିରେ ଭାସି ଯାଉଥିଲା। ଶିଶୁର ନାମ ମାଟ୍‌ୟସ। ମାଟ୍‌ୟସକୁ ସମୁଦ୍ରରେ ଭାସିଯାଉଥିବା ଦେଖି ତାଙ୍କ ଜେଜେବାପା କ’ଣ କରିବେ କିଛି ଚିନ୍ତା କରିବା ପୂର୍ବରୁ ପୋଷାକୁକୁର ସମୟ ବିଳମ୍ବ ନକରି ସମୁଦ୍ର ଭିତରକୁ ଲମ୍ଫ ମାରିଥିଲା। ଶିଶୁ ପିନ୍ଧିଥିବା ପୋଷାକୁ ଦାନ୍ତରେ ଧରି ଟାଣିଟାଣି କୂଳକୁ ନେଇ ଆସିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଗଷ୍ଟ ୩ରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର