ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟ ସମୟରେ ପଶୁ ଓ ପକ୍ଷୀଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କର ଦୃଶ୍ୟ ଦେଖିବାକୁ ମିଳିଥାଏ। କେତେବେଳେ ମାଙ୍କଡ଼ ଛୁଆଟି ମା’ ନଥିବା କୁକୁର ଓ ବିଲେଇ ଛୁଆକୁ କ୍ଷୀର ଖୁଆଇଲାଣି ତ କେ‌ତେବେଳେ ଗାଈ ଠାରୁ ଶୋଷିଲା କୁକୁର କ୍ଷୀର ପିଇ ବଞ୍ଚିଲାଣି। ନିକଟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଯେଉଁଥିରେ ଏକ କୁକୁର ମଇଁଷି ପିଠିରେ ଛିଡ଼ା ହୋଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ଯେମିତି ମଇଁଷି କୁକୁରକୁ କହୁଛି, ତୁ ଭୟ କରନାହିଁ ନିର୍ଭୟରେ ମୋ ପିଠିରେ ଛିଡ଼ା ହୋଇଥାଏ ତତେ ମୁଁ ବୁଲାଇ ଆଣିବି।

ଭିଡିଓରେ କୁକୁର ବି ମଇଁଷି ପିଠିରେ ବସି ଖୁବ ଖୁସି ଥିବା ଦେଖିବାକୁ ମିଳୁଛି। ତେବେ ରାସ୍ତାରେ ମଇଁଷି ଓ କୁକୁରଙ୍କ ମଧ୍ୟରେ ଏଭଳି ସ୍ନେହଭରା ଦୃଶ୍ୟକୁ ଦେଖି ପଥଚାରୀମାନେ ନିଜନିଜ ଫୋନରେ କୈଦ କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।