ମେକ୍ସିକୋ: ପୂର୍ବରୁ ସୋସିଆଲ୍ ମିଡିଆରେ ଆପଣ ଅନେକ ମଜାଦାର ଭିଡିଓ ଦେଖି ଉପଭୋଗ କରିଥିବେ। ନିକଟରେ ଭାଇରାଲ୍ ହୋଇଛି ଏକ ଭାବପ୍ରବଣ ଭରା ଭିଡିଓ, ଯାହାକି କାହାର ବି ଆଖିରୁ ଲୁହ ଝରେଇ ଦେଇପାରେ। ଭାଇରାଲ୍ ଭିଡିଓରେ ମେକ୍ସିକୋ ବନ୍ୟାରେ ଫସି ରହିଥିବା ଏକ କୁକୁରକୁ ଦେଖିବାକୁ ମିଳିଛି। କୁକୁରଟି ଆଣ୍ଠୁଏ ପାଣି ଭିତରେ ଫସି ରହି ଉଦ୍ଧାର ପାଇଁ ବିକଳ ହୋଇ ଚାହିଁ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଉଦ୍ଧାରକାରୀମାନେ କୁକୁରଟିକୁ ଉଦ୍ଧାର କରିବା ପରେ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଭିଡିଓରେ ଦର୍ଶାଯାଇଛି ଯେ ଏକ ଭୟଭୀତ କୁକୁର ଏକ ବିଲ୍ଡିଂରେ ଲାଗିଥିବା ରେଲିଂରେ ଲାଗିକି ଛିଡ଼ା ହୋଇଛି। ଉଦ୍ଧାରକାରୀ ଜଣକ କୁକୁର ନିକଟକୁ ଯାଇ ତାକୁ ଉଦ୍ଧାର କରି ଆଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
There are massive floods in southeast Mexico right now.
These guys in a boat found a good boy who was cold, frightened, and clinging to a wall.
Heroes...pic.twitter.com/DqAYsaYOuZ
— Rex Chapman🏇🏼 (@RexChapman) November 15, 2020
ଭିଡିଓଟିକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି ଆମେରିକୀୟ ଖେଳାଳି ରେକ୍ସ ଚାପମ୍ୟାନ। ସେ ଲେଖିଛନ୍ତି ‘ବର୍ତ୍ତମାନ ଦକ୍ଷିଣ ପୂର୍ବ ମେକ୍ସିକୋରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡଙ୍ଗାରେ ଥିବା ଏହି ଯୁବକମାନେ ଥଣ୍ଡାରେ ଭୟଭୀତ ଅବସ୍ଥାରେ ଛିଡ଼ା ହୋଇଥିବା ଜଣେ ସୁନା ପିଲାକୁ ଉଦ୍ଧାର କରିଛନ୍ତି।’
ଏହି ଭିଡିଓଟିକୁ ପ୍ରଥମେ ଇଭାନ୍ ଫର୍ଣ୍ଣାଡିଜଙ୍କ ଦ୍ୱାରା ସେୟାର କରାଯାଇଥିଲା। ତାଙ୍କ କହିବାନୁସାରେ, କୁକୁରକୁ ମେକ୍ସିକୋ ସେନାର ସଦସ୍ୟମାନେ ଉଦ୍ଧାର କରିଥିଲେ। ଇଭାନ୍ ଦ୍ୱାରା ସେୟାର ହୋଇଥିବା ଅନ୍ୟ ଏକ ଭିଡିଓରେ ମଧ୍ୟ ଉଦ୍ଧାରକାରୀଙ୍କ ମଧ୍ୟରୁ ଜଣେ କୁକୁରକୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଦେଖାଯାଇଛି।