ଘରେ ନିଆଁ ଲାଗିବାରୁ ସତର୍କ କରାଇବାକୁ ଯାଇ ନିଜର ଜୀବନ ହାରିଲା ପୋଷା କୁକୁର

ନୂଆଦିଲ୍ଲୀ : କୁକୁର ମଣିଷର ଅସଲ ବନ୍ଧୁ ବୋଲି ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳି ସାରିଛି । ଏବେ ଓ୍ଵାଶିଂଟନରେ ପୁଣି ଏକ ସେଭଳି ଉଦାହରଣ ଦେଖିବାକୁ ମିଳିଛି । ନିଜ ଜୀବନକୁ ବାଜି ଲଗାଇ କୁକୁର ନିଜ ମାଲିକର ପରିବାରକୁ ଯେଉଁ ଭଳି ଭାବରେ ବଞ୍ଚାଇଥିଲା, ତାହା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

Dog Saves Family By Alerting Them To Fire, Dies In Blaze
ndtv.com

ସୂଚନା ମୁତାବକ, ମଙ୍ଗଳବାର ପ୍ରାୟ ରାତି ୨ଟାରେ ମାଲିକର ଘରେ ନିଆଁ ଲାଗିବା ଦେଖି ଜୋରରେ ଭୁକିବାକୁ ଲାଗିଥିବା ପୋଷା କୁକୁର ଜିପ୍ପି । ଘରେ ଲାଗିଥିବା ଫାୟାର ଆଲାରାମ୍‌ କିଛି ସମୟ ବାଜିବା ପରେ ବନ୍ଦ ହୋଇଯିବାରୁ ଘରେ ଶୋଇଥିବା ପରିବାର ସଦସ୍ୟଙ୍କୁ ଲାଗିଥିବା ନିଆଁ ବିଷୟରେ ଜଣା ପଡ଼ି ନଥିଲା । ଏହା ଦେଖି ଜିପ୍ପି ସମସ୍ତଙ୍କ ରୁମ୍‌ ବାହାରକୁ ଯାଇ ଜୋରରେ ଭୁକିବା ଆରମ୍ଭ କରିଥିଲା । କିଛି ସମୟରେ ପରେ ସମସ୍ତଙ୍କ ନିଦ ଭାଙ୍ଗିବାରୁ ଘରର ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ବାହାରକୁ ଆସି ଯାଇଥିଲେ । କିନ୍ତୁ କୁକୁରଟି ଘର ଭିତରେ ରହି ଯାଇଥିଲା । ନିଆଁ ବଢ଼ି ଯାଇଥିବାରୁ କେହି ଘର ଭିତରକୁ ଯାଇ ଜିପ୍ପିକୁ ବଞ୍ଚାଇ ପାରିଲେ ନାହିଁ । ଶେଷରେ କୁକୁର ହିଁ ମଣିଷର ଅସଲ ବନ୍ଧୁ ବୋଲି ପ୍ରମାଣ କରିଗଲା ଜିପ୍ପି ।

ସମ୍ବନ୍ଧିତ ଖବର