ନରସିଂହପୁର(ମଧ୍ୟପ୍ରଦେଶ) : କୁହାଯାଏ ରକ୍ତଦାନ କରିବା ବଡ଼ ପୁଣ୍ୟର କଥା । ଜଣେ ମଣିଷ ଅନ୍ୟ ମଣିଷକୁ ରକ୍ତ ଦେଇ ଜୀବନ ବଞ୍ଚାଇବାର ଅନେକ ଖବର ଆମେ ଆପଣଙ୍କୁ ଦେଇଛୁ । କିନ୍ତୁ ଆଜି ଏକ କୁକୁର ରକ୍ତ ଦେଇ ଅନ୍ୟ କୁକୁରର ଜୀବନ ବଞ୍ଚାଇବା ଖବର ଆମେ ଦେବୁ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ମଧ୍ୟପ୍ରଦେଶର ନରସିଂହପୁରରେ ଏଭଳି ଘଟଣା ଘଟିଛି । ଯେଉଁଠି ଜର୍ମାନ ସେଫ୍‌ର୍ଡସ୍‌ ପ୍ରଜାତିର କୁକୁର ଅନ୍ୟ ଜର୍ମାନ ସେଫ୍‌ର୍ଡସ୍‌ ପ୍ରଜାତିର କୁକୁରକୁ ରକ୍ତଦାନ କରିଛି ।

Advertisment

कुत्ते ने खून देकर बचाई दूसरे कुत्ते की जान, जानिए कैसे हुआ मुमकिन

ସୂଚନା ମୁତାବକ, ଜିମିର ଶରୀରରେ ରକ୍ତର ଅଭାବ ଦେଖାଯିବା ପରେ ତା’ର ମାଲିକ ପଶୁ ଡାକ୍ତର ପାଖକୁ ନେଇଥିଲେ । ଜିମିକୁ ଦେଖିବା ପରେ ତାକୁ ଜର୍ମାନ ସେଫ୍‌ର୍ଡସ୍‌ ପ୍ରଜାତିର କୁକୁର ହିଁ ରକ୍ତ ଦେଇ ପାରିବ ବୋଲି କହିଥିଲେ ଡାକ୍ତର । ଏହାପରେ ଜିମିର ମାଲିକ ପାଖ ଗାଁରେ ଥିବା ଜର୍ମାନ ସେଫ୍‌ର୍ଡସ୍‌ ପ୍ରଜାତିର କୁକୁର ଲିଓକୁ ଆଣିଥିଲେ । ଲିଓର ଶରୀରରୁ ୯୦ମିଲିଲିଟର ରକ୍ତ କଢ଼ାଯାଇ ଜିମି ଶରୀରରେ ଚଢ଼ା ଯାଇଥିଲା । ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ପଶୁ ଡାକ୍ତରଙ୍କ ଅନୁଯାୟୀ କୁକୁରମାନଙ୍କର ୧୨ପ୍ରକାରର ବ୍ଲଡ୍‌ ଗ୍ରୁପ୍‌ ରହିଥାଏ । ଯାହାକୁ ଡଗ୍‌ ଏରିଥ୍ରୋସାଇଟ୍‌ ଏଣ୍ଟିଜେନ କୁହାଯାଏ । ସେଗୁଡ଼ିକ ହେଲା ଡିଇଏ ୧.୧, ଡିଇଏ ୧.୨, ଡିଇଏ ୧.୩, ଡିଇଏ ୪, ଡିଇଏ ୫, ଡିଇଏ ୬, ଡିଇଏ ୭, ଡିଇଏ ୨.୧୧, ଡିଇଏ ୨.୧୨, ଡିଇଏ ୨.୧୩, ଡିଇଏ ୩.୧୧, ଡିଇଏ ୩.୧୨ । ଏ ମଧ୍ୟରୁ ଡିଇଏ ୨.୧୧ ପ୍ରାୟ ୯୦ପ୍ରତିଶତ କୁକୁରଙ୍କ ମଧ୍ୟରେ ଦେଖାଯାଇଥାଏ ।