୩୦ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦେଇ ଦେଲା ନିଜ ଜୀବନ! ଉଦାହରଣ ପାଲଟିଲା ବିଶ୍ୱସ୍ତ କୁକୁର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଘଟଣା। ୩୦ ଜଣଙ୍କ ଜୀବନ ବଞ୍ଚାଇଥିବା ଏକ ପୋଷା କୁକୁର ନିଜେ ନିଆଁରେ ଜଳି ଯାଇଥିବା ପରି ଦୁଃଖଦ ଘଟଣା ଏବେ ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ୟୁପିର ବନ୍ଦା ଜିଲ୍ଲାରେ ଏକ ବିଲ୍ଡିଂରେ ନିଆଁ ଲାଗି ଯାଇଛି ବୋଲି ଦେଖିବା ପରେ କୁକୁରଟି ଭୁକି ଭୁକି ବିଲ୍ଡିଂରେ ଥିବା ସମସ୍ତ ଲୋକଙ୍କୁ ଉଠାଇ ଦେଇଥିଲା। ମାତ୍ର ଦୁଃଖର କଥା ହେଉଛି ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ହୋଇ ଲାଗି ଯାଇଥିବା ନିଆଁରେ ସେ ନିଜେ ହିଁ ଜଳିଯାଇଛି।

ଗତ କାଲି ନିଆଁ ଲାଗିଥିବା ଏହି ବିଲ୍ଡିଂରେ ପ୍ରାୟ ୩୦ରୁ ଊର୍ଧ୍ୱ ଲୋକ ଥିଲେ। ଏହି ଲୋକମାନଙ୍କ ଜୀବନ କେବଳ ସେ ସହୃଦୟା କୁକୁର ପାଇଁ ହିଁ ବଞ୍ଚିଯାଇଛି, ଯିଏ କି ନିଜ ଭୁକାରେ ସମସ୍ତ ଲୋକଙ୍କୁ ଉଠାଇ ଦେଇଥିଲା। ଏ ସଂପର୍କରେ ଜଣେ ପ୍ରତ୍ୟେକ୍ଷଦର୍ଶୀ କହନ୍ତି, ‘ସେହି ହିରୋଇକ୍‌ କୁକୁରଟି ପାଇଁ ଏତେ ଲୋକଙ୍କ ଜୀବନ ବଞ୍ଚିଗଲା। ମାତ୍ର ଦୁଃଖର କଥା ହେଉଛି ଶେଷରେ ନିଆଁରେ ସେ ହିଁ ଜଳିଗଲା।’

ସମ୍ବନ୍ଧିତ ଖବର