କୁକୁର ସାଜିଲା ରକ୍ଷକ: ବଳାତ୍କାରୀ କବଳରୁ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ : କୁକୁର ସାଜିଲା ରକ୍ଷକ । ପ୍ରାଣୀମାନଙ୍କ ମଧ୍ୟରେ କୁକୁର ସବୁଠାରୁ ବିଶ୍ୱସ୍ତ ବୋଲି କୁହାଯାଏ। ମୁନୀବ ପ୍ରତି କୁକୁରର ନିଷ୍ଠାର ଅନେକ କାହାଣୀ ରହିଛି। ପୁଣି ଦେଖିବାକୁ ମିଳିଛି ଏପରି ଏକ ଉଦାହରଣ। ଇଂଲଣ୍ଡରେ ଏକ ପୋଷା କୁକୁର ତାର ମାଲିକାଣୀକୁ ବଳାତ୍କାରୀ ମୁହଁରୁ ବଞ୍ଚାଇଛି । ଘଟଣାରୁ ପ୍ରକାଶ, ଇଂଲଣ୍ଡର ଏକ ପାର୍କରେ ଜଣେ ମହିଳା ନିଜ କୁକୁରକୁ ବୁଲାଇବାକୁ ନେଇଥିବା ବେଳେ ଜଣେ ଅଜଣା ଯୁବକ ତାଙ୍କୁ ବଳାତ୍କାରର ଉଦ୍ୟମ କରିଥିଲା । ମାତ୍ର କୁକୁରଟି ଜୋରରେ ଭୁକି ଯୁବକ ଉପରେ ଆକ୍ରମଣ କରିବାରୁ ସେ ସେଠାରୁ ଡ଼ରି ପଳାଇଥିଲା ।

ଲଣ୍ଡନର ଓ୍ଵିନର୍ସ ବର୍କସିରେ ଥିବା ଏକ ପାର୍କକୁ ୩୬ ବର୍ଷୀୟ ଜଣେ ମହିଳା ତାଙ୍କ କୁକୁରକୁ ବୁଲାଇବାକୁ ନେଇଥିଲେ । ସେହି ସମୟରେ ଜଣେ ଅଜଣା ଯୁବକ ତାଙ୍କୁ ପଛପଟୁ ମାଡ଼ିବସିଥିଲା। ଏହାପରେ ସେ ମହିଳାଙ୍କୁ ତଳେ ପକାଇ ଦେଇଥିଲା। ଯୁବକ ଜଣକ ମହିଳାଙ୍କ ଦେହରୁ ପୋଷାକ କାଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପୋଷା କୁକୁରଟି ରାଗି ଯାଇ ବଳାତ୍କାରୀକୁ ଅକ୍ରମଣ କରିଥିଲା। କୁକୁରର ଆକ୍ରମଣ ଏତେ ପ୍ରଚଣ୍ଡ ଥିଲା ଯେ ବଳାତ୍କାରୀ ଜଣକ ସେଠାରୁ ଡ଼ରି ପଳାଇଥିଲା ।

ଏହି ଘଟଣା ପରେ ମହିଳା ଜଣକ ବିସାଦଗ୍ରସ୍ତ ହୋଇ ପଡ଼ିଛନ୍ତି । ତେବେ ତାଙ୍କ ସହ ଏହା କାହିଁକି, କିଏ ଏବଂ କ’ଣ ପାଇଁ କଲା ଏହାକୁ ନେଇ ସେ ଚିନ୍ତିତ ଅଛନ୍ତିା ବଳାତ୍କାରୀର ସ୍କେଚ୍‌ ପ୍ରସ୍ତୁତ କରାଯିବା ତାକୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୁଲିସ ।

ସମ୍ବନ୍ଧିତ ଖବର