୪ଦିନ ତଳେ ବ୍ରିଜରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ମାଲିକ, ଏ ପର୍ଯ୍ୟନ୍ତ ବ୍ରିଜ ଉପରେ ଫେରିବା ବାଟକୁ ଚାହିଁ ରହିଛି ପୋଷା କୁକୁର

ନୂଆଦିଲ୍ଲୀ: ମାଲିକର ଆତ୍ମହତ୍ୟା ପରେ ପୋଷା କୁକୁରଟି ଆତ୍ମହତ୍ୟା ସ୍ଥାନରେ ମାଲିକର ଫେରିବା ବାଟକୁ ଚାହିଁ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଘଟଣାଟି ଘଟିଛି ଚୀନର ଊହାନ ସହରରେ | ତେବେ ମାଲିକର ମୃତ୍ୟୁ ପରେ ପଡୋଶୀମାନେ ତାକୁ ପୋଷା କରି ରଖିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କାହା ହାତରେ ଧାରା ଦେଇ ନଥିବା ଜଣା ପଡିଛି |

Dog Waits For Owner
indiatimes

ମିଳିଥିବା ସୂଚନା ମୁତାବକ, ଆଜକୁ ୪ଦିନ ତଳେ ଊହାନ ସହରରେ ରହୁଥିବା କୁକୁରର ମାଲିକ ଊହାନର ୟାଙ୍ଗଟେଜ୍ ବ୍ରିଜ୍ ଉପରୁ ତଳକୁ ଡେଇଁ ପଡ଼ିଥିଲେ | ଏହି ସମୟରେ କୁକୁରଟି ତାଙ୍କ ପିଛା କରିଥିବା ବେଳେ ନିଜ ମାଲିକକୁ ଆଖି ଆଗରେ ବ୍ରିଜ ତଳକୁ ଡେଉଁଥିବାର ଦେଖିଥିଲା | କିନ୍ତୁ ତାକୁ ଜଣା ନଥିଲା, ତାର ମାଲିକ ଆଉ ଫେରିବେ ନାହିଁ | ବ୍ରିଜ ତଳକୁ ଯାଇଥିବା ଭାବି କୁକୁରଟି ତାଙ୍କ ଫେରିବା ବାଟକୁ ୪ଦିନ ହେବ ଚାହିଁ ରହିଥିଲା | ଏ ବିଷୟରେ ଜାଣି ମୃତ ବ୍ୟକ୍ତିଙ୍କ ପଡୋଶୀ କୁକୁରକୁ ଆଣିବା ପାଇଁ ଯାଇଥିଲେ ମଧ୍ୟ ସେ ଡରରେ ସେଠାରୁ ଖସି ପଳାଇଥିବା ଜଣା ପଡିଛି | ଏହି ଘଟଣା ପରେ ପଶୁ ସୁରକ୍ଷା ସଂଘ କୁକୁରଟିକୁ ଖୋଜିବା ଆରମ୍ଭ କରିଛନ୍ତି |

ସମ୍ବନ୍ଧିତ ଖବର