ମଣିଷ ଭଳି ଦେଖାଯାଉଥିବା କୁକୁର : ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ : ଦୁନିଆରେ ସମସ୍ତ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରୁ କୁକୁରକୁ ସବୁଠାରୁ ଅଧିକ ବିଶ୍ୱସ୍ତ ଓ ଆଜ୍ଞାକାରୀ ବୋଲି ବିବେଚନା କରାଯାଇଥାଏ । ଅନେକ ସମୟରେ ଏପରି ମଧ୍ୟ କୁହାଯାଇଥାଏ କି ମଣିଷଙ୍କ ଠାରୁ କୁକୁର ଉପରେ ବିଶ୍ୱାସ କରିବା ଶ୍ରେୟସ୍କର। ତେବେ ଯଦି ଆପଣଙ୍କୁ କୁହାଯାଏ କି କୁକୁରଟିଏ ମଣିଷ ଭଳି ଦେଖା ଯାଇପାରେ, ତେବେ ଏହା ଆପଣ ସହଜରେ ବିଶ୍ୱାସ କରିବେ ନାହିଁ । ଏ କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେରିକାର ମାସାଚ୍ୟୁଟସ୍‌ଠାରେ ଦେଖିବାକୁ ମିଳିଛି ମଣିଷ ସହ ସାଦୃଶ ଥିବା କୁକୁର ।

Oneindia

ମଣିଷ ଭଳି ଦେଖାଯାଉଥିବା ଏହି କୁକୁରର ନା ଯୋଗୀ । ସେ ତାଙ୍କ ମାଲିକାଣୀ ଚେଟଲ ଡ଼ିସଜାଡ୍ରନଙ୍କ ସହ ରହନ୍ତି । ଥରେ ଡିିସଜାଡ୍ରନଙ୍କ ଜଣେ ବନ୍ଧୁ ରେଡ଼ିଟ ଯୋଗୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ପରେ ଲୋକ ସେହି ଫଟୋକୁ ପ୍ରଚୁର ମାତ୍ରାରେ ସେୟାର କରିବା ସହ ଯୋଗୀଙ୍କୁ ମଣିଷଙ୍କ ସହ ତୁଳନା କରିଥିଲେ । ଯୋଗୀଙ୍କ ଫଟୋ ମୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡସଜାଡ୍ରନଙ୍କ ଘରେ ମିଡିଆ ହାଜର ହୋଇଥିଲା ଏବଂ ମଣିଷ ସଦୃଶ ଦେଖାଯାଉଥିବା କୁକରକୁ ଦେଖିବା ପାଇଁ ଦାବି କରିଥିଲା । କିନ୍ତୁ ତାଙ୍କ ମାଲିକାଣୀ ମିଡିିଆକୁ ତାଙ୍କ କୁକୁରକୁ ଦେଖାଇନଥିଲେ । ତେବେ ଏହି ମଣିଷ ଭଳି ଦେଖାଯାଉଥିବା କୁକୁରର ଫଟୋକୁ ଅନେକ କଳାକାର ଏବଂ ଲୋକଙ୍କ ସହ ତୁଳନା କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା ଏବଂ ତାହା ପ୍ରଚୁର ମାତ୍ରାରେ ଭାଇରାଲ ମଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର