ଏହି ଦେଶରେ ଦୀପାବଳିରେ ହୁଏ ଶ୍ବାନ ପୂଜନ!

ଦୀପାବଳି ହିନ୍ଦୁ ଧର୍ମର ଏକ ବଡ଼ ପର୍ବ। ଏହି ଦିନ ଧନଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା-ଆରାଧନା କରାଯାଏ। ତେବେ, ପଡେ଼ାଶୀ ରାଷ୍ଟ୍ର ନେପାଳରେ ଏହି ଦିବସ ପାଳନର ଢଙ୍ଗ ସାମାନ୍ୟ ଅଲଗା। ଲକ୍ଷ୍ମୀ କି˚ବା ଗଣପତିଙ୍କୁ ନୁହେଁ, ଦୀପାବଳି ଅବସରରେ ଶ୍ବାନ ପୂଜନ ଏହି ଦେଶର ଏକ ନିଆରା ପର˚ପରା। ନେପାଳୀମାନେ ଦୀପ ଜଳାନ୍ତି, ନୂଆ ଲୁଗା ପିନ୍ଧନ୍ତି, ପରସ୍ପରକୁ ମିଠା ଖୁଆଇ ଖୁସି ମନାନ୍ତି; ତା’ ସାଙ୍ଗକୁ ଉଭୟ ପୋଷା ଓ ବୁଲା କୁକୁରମାନଙ୍କୁ ପୂଜା କରନ୍ତି। ଏଥିପାଇଁ ଏ ଦେଶରେ ଦୀପାବଳି ‘ତିହାର କୁକୁର’ ଭାବେ ପ୍ରସିଦ୍ଧ। କୁକୁରମାନଙ୍କୁ ଫୁଲ ହାର ଓ ତିଳକ ପିନ୍ଧାଯାଏ। ଅଣ୍ତା, ମା˚ସରେ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଫଳ, କ୍ଷୀର ଓ ଦହି ଖାଇବାକୁ ଦିଆଯାଏ। କୁକୁର ମଣିଷ ପାଇଁ ସବୁଠାରୁ ବିଶ୍ବସ୍ତ ପ୍ରାଣୀ, ଏହା ସମସ୍ତଙ୍କୁ ଜଣା; ତେବେ, ନେପାଳୀମାନଙ୍କ ବିଶ୍ବାସ, ଏହି ପ୍ରାଣୀ ଯମ ଦେବତାଙ୍କ ବାର୍ତ୍ତାବହ ଓ ମୃତ୍ୟୁ ପରେ ମଧୢ ନିଜ ମାଲିକକୁ କୁକୁର ବିପଦରୁ ରକ୍ଷା କରେ। ଏଥିପାଇଁ ଉପଯୁକ୍ତ ସମ୍ମାନ ପାଇବାକୁ କୁକୁର ଯୋଗ୍ୟ।

ସମ୍ବନ୍ଧିତ ଖବର