ମୁମ୍ବାଇ: ପରିବା ବିକୁଥିବା ମହିଳାଙ୍କ ପୁଅ ହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ | ମାଙ୍କୁ ଦେଲେ ଏହି ଖାସ ଉପହାର | ମହାରାଷ୍ଟ୍ରର ଡୋମ୍ବିଭଲିରେ ଘଟିଛି ଏହି ଘଟଣା | ପରିବାର ସହ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ମହିଳାଜଣକ ପରିବା ବିକୁଥିବା ବେଳେ ଆଜି ତାଙ୍କ ପୁଅ ତାଙ୍କ ସ୍ବପ୍ନ ପୁରଣ କରିଛି | ମହିଳାଙ୍କ ନାମ ନୀରା ଠୋମ୍ବରେ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପୁଅର ନାମ ଯୋଗେଶ ଠୋମ୍ବରେ ବୋଲି ଜଣାପଡିଛି |
ବାପାଙ୍କ ମୃତ୍ୟୁ ପରେ ଡୋମ୍ବିଭଲିର ଗାନ୍ଧିନଗର ଅଞ୍ଚଳରେ ପନିପରିବା ବିକ୍ରି କରି ମା' ନୀରା ଠୋମ୍ବରେ ପରିବାରକୁ ଚଳାଇ ଆସୁଥିଲେ। ସେ ଗତ ୨୫ବର୍ଷ ଧରି ପନିପରିବା ବିକ୍ରି କରିଆସୁଥିବା ଜଣାପଡିଛି | ପ୍ରଥମେ ପନିପରିବା ବ୍ୟବସାୟ ଆରମ୍ଭ କରିବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା | ସେହି ସମୟରେ ସେ ଦୁଇ ଶହ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ମା'ଙ୍କୁ ଏତେ ପରିଶ୍ରମ କରୁଥିବାର ଦେଖି ଯୋଗେଶ ପାଠ ପଢ଼ାରେ କଠିନ ପରିଶ୍ରମ କରିଥିଲେ, ଯାହା ତାଙ୍କୁ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କରାଇଛି |
योगेश, तुझा अभिमान आहे.
डोंबिवली पूर्व येथील गांधीनगर मधील गिरनार मिठाई दुकानाजवळ भाजी विकणाऱ्या ठोंबरे मावशींचा मुलगा योगेश चार्टर्ड अकाऊंटंट (C.A.) झाला.
निश्चय, मेहनत आणि परिश्रमांच्या बळावर योगेशने खडतर परिस्थितीशी तोंड देत हे दैदीप्यमान यश मिळवलं आहे. त्याच्या या… pic.twitter.com/Mf8nLV4E61
— Ravindra Chavan (@RaviDadaChavan) July 14, 2024
ସୋମବାର ଦିନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପରେ ଯୋଗେଶ ତାଙ୍କ ମାଙ୍କୁ ପ୍ରଥମେ ଏହି ଖୁସି ଖବର ଜଣାଇଥିଲେ | ଏହା ଶୁଣି ତାଙ୍କ ମାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା ଓ ସେ ତାଙ୍କୁ ଆଲିଙ୍ଗନ କରି ଭାବବିହ୍ୱଳ ହୋଇଯାଇଥିଲେ | ଏହି ଖୁସି ଖବର ସହ ଯୋଗେଶ ତାଙ୍କ ମାଙ୍କୁ ଉପହାର ଭାବରେ ଏକ ଶାଢି ଦେଇଥିବା ଜଣାପଡିଛି |