ଇ˚ଲଣ୍ତ୍ ମରୁଭୂମି ନ ଥିବା ଦେଶ ମଧ୍ୟରେ ଗୋଟିଏ। ତେବେ, କେନ୍ଟ ଅନ୍ତର୍ଗତ ଡନ୍ଜିନେସ୍ ଇଷ୍ଟେଟ୍ ନାମକ ଘରୋଇ ଭୂ-ସ˚ପତ୍ତିକୁ ସେଠାକାର ଏକମାତ୍ର ମରୁଭୂମି ଭାବେ ଅନେକ ଗ୍ରହଣ କରନ୍ତି(ଯଦିଓ ୨୦୧୫ରେ ପାଣିପାଗ ବିଭାଗୀୟ ଜଣେ କର୍ମଚାରୀ ଏହାକୁ ମରୁଭୂମି କହାଯାଇପାରିବନାହିଁ ବୋଲି ମତ ଦେଇଥିଲେ)। ଉକ୍ତ ଭୂ-ସ˚ପତ୍ତି ୪୬୮ ଏକର୍ ବିଶିଷ୍ଟ। ଡନ୍ଜିନେସ୍ ଇଷ୍ଟେଟ୍ରେ ବିଶେଷ ଘର-ଦ୍ବାର ନାହିଁ। ଚାରିଆଡ଼ ବାଲୁକା ଓ ବାଲିଗରଡ଼ାମୟ। ମରୁଭୂମିରେ ଦେଖାଯାଉଥିବା କିଛି କିଛି ଗୁଳ୍ମ କେବଳ ଦୃଶ୍ୟମାନ ହୁଏ। ଏହା ସତ୍ତ୍ବେ ନିକଟରେ ଶାନ୍ତ ବେଳାଭୂମି ଥିବା ଯୋଗୁଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମେ। ବାର୍ଷିକ ଦଶ ଲକ୍ଷ ପର୍ଯ୍ୟଟକ ସେଠାରେ ଆମୋଦ-ପ୍ରମୋଦ କରୁଥିବା ପ୍ରକାଶ।
/sambad/media/post_attachments/wp-content/uploads/2021/03/Dungeness3.jpg)
ସେଠାରେ ଅଳ୍ପ କିଛି ଘର, ଗୋଟିଏ ପବ୍, ରେଳ ଷ୍ଟେସନ୍, ସାତଟି ବତିଘର, ଆଣବିକ ଶକ୍ତି କେନ୍ଦ୍ର ଏବ˚ ପ୍ରତିରକ୍ଷା ବିଭାଗୀୟ କିଛି ତାଲିମ ଶିବିର ଅଛି। ପର୍ଯ୍ୟଟକମାନେ ସାଧାରଣତଃ ତମ୍ବୁରେ ରହନ୍ତି। ତମ୍ବୁ ବାନ୍ଧିବା ପାଇଁ ଡନ୍ଜିନେସ୍ ଇଷ୍ଟେଟ୍ର ମାଲିକଙ୍କୁ ଭଡ଼ା ଦିଅନ୍ତି। ଏ ବାବଦକୁ ମାଲିକଙ୍କ ବିପୁଳ ବାର୍ଷିକ ଆୟ ହୁଏ। ପ୍ରଥମେ ଏହା ଟଫ୍ଟନ୍ ପରିବାରର ପାରିବାରିକ ସ˚ପତ୍ତି ଥିଲା। ତାହା ପରେ ବ୍ରିଟିସ୍ ରେଳବାଇ ବିଭାଗ ମାଲିକାନାକୁ ଆସିଥିଲା। ରେଳବାଇଠାରୁ ଏହାକୁ କିଣିଥିଲେ ଜିଟି ପେନ୍ ନାମକ ଧନିକ। ୨୦୧୭ରେ ଏହି ପୁଣି ଥରେ ବିକ୍ରି ହୋଇଥିଲା ଏବ˚ ଏବର ମାଲିକ ଇଡିଏଫ୍ ଏନର୍ଜି।