ଇଣ୍ଟର୍‌ଭିୟୁରେ ମହିଳାଙ୍କୁ ବୟସ ପଚାରି ୩.୭ ଲକ୍ଷ ଜରିମାନା ଦେଲା ‘ଡୋମିନୋ’ସ ପିଜା’

ନୂଆଦିଲ୍ଲୀ: କୁହାଯାଏ ପୁରୁଷଙ୍କୁ ଦରମା ଓ ମହିଳାଙ୍କୁ ବୟସ ପଚରାଯାଏ ନାହିଁ। ଦୁନିଆର ସବୁଠାରୁ ବଡ଼ ପିଜା କମ୍ପାନି ‘ଡୋମିନୋ’ସ ପିଜା’ ଜଣେ ମହିଳାଙ୍କୁ ସାକ୍ଷାତ୍‌କାର ସମୟରେ ବୟସ ପଚାରି ଅଡୁଆରେ ପଡ଼ିଛି। କମ୍ପାନି ପକ୍ଷରୁ ଜଣେ ମହିଳାଙ୍କୁ ସ‌ାକ୍ଷତ୍‌କାର ସମୟରେ ବୟସ ପଚରାଯିବାରୁ ମହିଳା ଜଣକ ଅତ୍ୟନ୍ତ ରାଗି ଯାଇଥିଲେ ଓ ଏହି କାରଣରୁ କମ୍ପାନିକୁ ପରବର୍ତ୍ତୀ ସମୟରେ କ୍ଷମା ମାଗିବା ସହ ୩.୭ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଛି। ଏହି ଘଟଣାଟି ହେଉଛି ଉତ୍ତରି ଆୟାର୍‌ଲାଣ୍ଡ୍‌ର।

ଜାଣିବାକୁ ମିଳିଛି ଯେ ଉତ୍ତରି ଆୟାର୍‌ଲାଣ୍ଡ୍‌ରେ ‘ଡୋମିନୋ’ସ ପିଜା’ରେ ଡେଲିଭରି ଏଜେଣ୍ଟ୍‌ ଚାକିରି ପାଇଁ ପଦ ଖାଲି ଥିଲା। ବିବିସିର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ସେହି ପଦ ପାଇଁ ଜଣେ ମହିଳା ଆବେଦନ କରିଥିଲେ। ମହିଳାଙ୍କ ନାଁ ହେଉଛି ଜୋନିସ୍‌ ବାଁଲ୍‌ସ। ଜୋନିସ୍‌ ଯେତେବେଳେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥିଲେ ସେହି ସମୟ‌ରେ ତ‌ାଙ୍କୁ ତାଙ୍କ ବୟସ ପଚରା ଯାଇଥିଲା। ତାପରେ ତାଙ୍କୁ ରିଜେକ୍ଟ କରି ଦିଆଗଲା।

ଏହି କାରଣକୁ ନେଇ ମହିଳା ଜଣକ କମ୍ପାନି ବିରୋଧରେ ଅଭିଯୋଗ ଆଣିଲେ। କମ୍ପାନି ତାଙ୍କୁ ଲିଙ୍ଗ ଓ ବୟସ ଆଧାରରେ ରିଜେକ୍ଟ କରିଥିବା ଅଭିଯୋଗ ଆଣିବା ପରେ କମ୍ପାନି ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ କମ୍ପାନିକୁ ମହିଳାଙ୍କୁ କ୍ଷମା ମାଗିବା ସହ ଏକ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥିଲା। ଜୋନିସ୍‌ ବାଁଲ୍‌ସ ଅଭିଯୋଗ ଆଣିଛନ୍ତି ଯେ କମ୍ପାନି ତାଙ୍କ ଲିଙ୍ଗ ଓ ବୟସ କାରଣରୁ ତାଙ୍କୁ ଚାକିରି ଦେଇନାହିଁ।

 

ସମ୍ବନ୍ଧିତ ଖବର