ଏହି ପାଞ୍ଚ ଜଣଙ୍କୁ କଷ୍ଟ ଦେବା ଉଚିତ ନୁହେଁ ! ଜାଣନ୍ତୁ ସେମାନେ କିଏ

ଯେଉଁମାନେ ଭଲ ପ୍ରକୃତିର ମଣିଷ ,ସେମାନେ କେବେ ହେଲେ ଅନ୍ୟମାନଙ୍କୁ ଦୁଃଖ ଦେବାକୁ ଚାହାଁନ୍ତି ନାହିଁ। ଯଦି ଆପଣ ବି ଚାହାଁନ୍ତି ଅନ୍ୟର କ୍ଷତି ନ କରିବାକୁ ,ତେବେ ପ୍ରଥମେ ଜାଣି ରଖନ୍ତୁ, କେଉଁମାନଙ୍କ ପ୍ରତି ବିଦ୍ୱେଷ ରଖିବା ଶାସ୍ତ୍ର ବିରୁଦ୍ଧ।
ଏହାର ଉତ୍ତର ଶ୍ରମଦ୍‌ ଭାଗବତରେ କୁହାଯାଉଛି ଏକ ଶ୍ଳୋକରେ। ସେଥିରେ କୁହାଯାଉଛି ଯେ,ନିମ୍ନୋକ୍ତ ପାଞ୍ଚ ଜଣଙ୍କ ବିରୋଧରେ କୌଣସି ଭୁଲ ପଦକ୍ଷେପ ଉଠାଇବା ଉନୁଚିତ। ଯଦି ସେମାନଙ୍କୁ କଷ୍ଟ ଦେଲେ ନିଜେ ଅସୁବିଧାରେ ପଡ଼ିବେ।

ଆସନ୍ତୁ ଜାଣିବା ସେହି ଶ୍ଳୋକ:- ‘ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ। ଧର୍ମୋମୟି ଚ ବିଦ୍ୱେଷଃ ସ ବା ଆଶୁ ବନଶିୟତ’।

ଶ୍ଳୋକର ଅର୍ଥ ହେଲା ଯେଉଁ ମନୁଷ୍ୟ ଦେବତା,ବେଦ,ଗାଇ,ବ୍ରାହ୍ମଣ-ସାଧୁଙ୍କୁ କଷ୍ଟ ଦେବେ ବା ଧାର୍ମିକ କାର୍ଯ୍ୟର ବିରୁଦ୍ଧାଚରଣ ପାଇଁ ଚିନ୍ତା କରିବେ,ତେବେ ସେହି ମୁହୁର୍ତ୍ତରେ ଏହାର ପ୍ରତିଫଳ ତାକୁ ମିଳିବ। ତା’ର ବିନାଶ ଶୀଘ୍ରାତି ଶୀଘ୍ର ହେବ।


ଏଣୁ ମନୁଷ୍ୟକୁ କୌଣସି ଦେବାଦେବୀଙ୍କୁ କଷ୍ଟ ଦେବା ଭଳି କାର୍ଯ୍ୟ କରିବା ଅନୁଚି। ଠିକ୍‌ ସେହିପରି କୌଣସି ସାଧୁ ପୁରୁଷ ବା ସତସଙ୍ଗୀଙ୍କୁ ଦୁଃଖ ନ ଦେବା ଉଚିତ। ଠିକ୍‌ ସେହିପରି ବେଦରେ କୁହାଯାଉଥିବା କାର୍ଯ୍ୟକୁ ଅମାନ୍ୟ କରିବା ବି କଷ୍ଟଦାୟକ କାର୍ଯ୍ୟ। ବ୍ରାହ୍ମଣ ଓ ଗୋମାତାଙ୍କୁ ବି କଷ୍ଟ ଦେବା ଭଳି କାମ କରିବା ଅନୁଚିତ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର