କେଉଁ ମହିଳାଙ୍କୁ ବିବାହ କରିବା ଅନୁଚିତ ?

ମନୁଷ୍ୟ ଜୀବନର ଷୋହଳଟି ସଂସ୍କାର ମଧ୍ୟରୁ ଗୋଟିଏ ମହତ୍ୱପୂର୍ଣ୍ଣ ସଂସ୍କାର ହେଉଛି ବିବାହ ।ସୁଖୀ ବିବାହିତ ଜୀବନ ପାଇଁ ଆବଶ୍ୟକ ହୋଇଥାଏ ଭଲ ଜୀବନସାଥୀ।ତେଣୁ ବାହା ହେବାପାଇଁ ଏମିତି ଏକ ଝିଅ ଆବଶ୍ୟକ ହୋଇଥାଏ,ଯିଏକି ନିଜ ସ୍ୱାମୀଙ୍କ ସହିତ ପରିବାରକୁ ମଧ୍ୟ ଉତ୍ତମ ରୂପରେ ଚଳାଇପାରିବ! ତେବେ ବିଷ୍ଣୁ ପୁରାଣରେ ସ୍ତ୍ରୀମାନଙ୍କୁ ନେଇ ଅନେକ କଥା କୁହାଯାଇଥିବାବେଳେ,ଏହି ପୁରାଣରେ ଚାରୋଟି ଏମିତି ମହିଳାଙ୍କ ବିଷୟରେ କୁହାଯାଇଛି;ଯାହାଙ୍କୁ ବିବାହ କରିବା ଆଦୌ ଉଚିତ୍‌ ନୁହେଁ।
ଆସନ୍ତୁ ଜାଣିବା ସେହି ଚାରୋଟି ମହିଳାଙ୍କ ବିଷୟରେ…….

୧-ଯେଉଁ ମହିଳାମାନେ ଅନ୍ୟକୁ ଖରାପ ଓ କଷ୍ଟଦାୟକ କଥା କହିଥା’ନ୍ତି:-କୁହାଯାଏ ଯେ ବାଣୀରେ ମାତା ସରସ୍ୱତୀଙ୍କର ନିବାସ ହୋଇଥାଏ।ତେଣୁ ଯେଉଁ ମହିଳାଙ୍କର ବାଣୀ ମଧୁର ହୋଇଥାଏ,ତାଙ୍କୁ ମାତା ସରସ୍ୱତୀ ସର୍ବଦା ହିଁ ପ୍ରସନ୍ନ ହୋଇଥା’ନ୍ତି। ଖରାପ କିମ୍ବା କଷ୍ଟଦାୟକ କଥା କହୁଥିବା ମହିଳାଙ୍କ ସ୍ୱଭାବ ତାହାର ଭାଷାଭଳି ଖରାପ ଓ ନିଷ୍ଠୁର ହୋଇଥାଏ। ଏଭଳି ମହିଳାଙ୍କ ଲାଗି ଘରେ ସର୍ବଦା ଅଶାନ୍ତି ଲାଗି ରୁହେ। ସେଥିପାଇଁ ଏହିଭଳି ମହିଳାଙ୍କୁ ବାହା ହେବା ଉଚିତ୍‌ ନୁହେଁ।
୨-ବିଳମ୍ବ ପର୍ଯ୍ୟନ୍ତ ଶୋଉଥିବା ମହିଳା:-ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଯୋଗୁଁ ମହିଳାମାନେ ପରବାରର ଦାୟିତ୍ୱ ଗ୍ରହଣ କରିପାରନ୍ତ ିନାହିଁ। ବିଳମ୍ବ ପର୍ଯ୍ୟନ୍ତ ଶୋଇବା ମଧ୍ୟ ଆଳସ୍ୟର ଚିହ୍ନ ହୋଇଥାଏ। ଆଳସୀ ସ୍ତ୍ରୀ ଘରକୁ ସଫା କରିପାରେ ନାହିଁ। କାହିଁକିନା ମାତା ଲକ୍ଷ୍ମୀଙ୍କ କୃପା ପାଇବାଲାଗି ଘରକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ। ହେଲେ ଏହି ଆଳସୀ ସ୍ତ୍ରୀଙ୍କ ଯୋଗୁଁ ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପାଇଁ ଘରେ ଗରିବୀ ଆସିଯାଇଥାଏ।ଏତଦ୍‌ବ୍ୟତୀତ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ମଧ୍ୟ ଅନେକ ରୋଗର କାରଣ ହୋଇଥାଏ।ଏଥିପାଇଁ ଏହି ମହିଳାମାନଙ୍କୁ ବିବାହ କରିବା ଉଚିତ ନୁହେଁ।
୩-ବାପା ମାଙ୍କ ପକ୍ଷରୁ କୌଣସି ସଂପର୍କରେ ଥିବା ଝିଅ:-କୌଣସି ପୁରୁଷକୁ ସେହି ସ୍ତ୍ରୀ ସହ ବାହା ହେବା ଉଚିତ୍‌ ନୁହେଁ, ଯେଉଁଥିରେ ନିଜର ବାପା , ମା’ଙ୍କ ସଂପର୍କୀୟ ହୋଇଥିବେ।ଶାସ୍ତ୍ରରେ ନିଜର ସଂପର୍କୀୟ ତଥା ଏକା ଗୋତ୍ରରେ ବାହାହେବାକୁ ମନା କରାଯାଇଛି। କାହିଁକିନା ଏଥିରେ ଜେନେଟିକ୍‌ ରୋଗ ହେବାର ଆଶଙ୍କା ରହିଥାଏ।ଯେଉଁ ସ୍ତ୍ରୀ ସହିତ ମାତାଙ୍କ ବଂଶର ପଞ୍ଚମ ପିଢ଼ି ସହିତ ଏବଂ ପିତାଙ୍କର ସପ୍ତମ ପିଢ଼ି ପର୍ଯ୍ୟନ୍ତ ସଂପର୍କ ଥାଏ,ତାଙ୍କୁ ବାହା ହେବା ବି ଉଚିତ୍‌ ନୁହେଁ।

photo-navbharattimes

୪-ଦୁଷ୍ଟ ପୁରୁଷ ସହ ସଂପର୍କ ରଖୁଥିବା ମହିଳା:-ମହିଳାମାନଙ୍କୁ ଦୁଷ୍ଟ ପୁରୁଷମାନଙ୍କ ସହିତ ମିଳାମିଶା କରିବା ଉଚିତ୍‌ ନୁହେଁ।ଏମିତି କରିବାଦ୍ୱାରା ସେ କେବେବି କୌଣସି ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ଏଥିସହିତ ଦୁଷ୍ଟ ପୁରୁଷ ସେହି ମହିଳାଙ୍କ ଉପଯୋଗ ନିଜର ହିତ ପାଇଁ କରିଥାଏ। ତେଣୁ ଉକ୍ତ ପୁରୁଷଙ୍କ ସହିତ ରହିବା ଫଳରେ ସେହି ମହିଳାଙ୍କ ସ୍ୱଭାବ ମଧ୍ୟ ତାଙ୍କ ପରି ହୋଇଯାଏ।ଏମିତି ହେବା ଦ୍ୱାରା ଉକ୍ତ ମହିଳାଙ୍କ ଚରିତ୍ରରେ ଦୋଷ ଆସିଥାଏ। ସେଥିପାଇଁ ଏମିତି ମହିଳାଙ୍କ ସହ ବାହା ହେବା ଉଚିତ୍‌ ହୋଇ ନଥାଏ।

ସମ୍ବନ୍ଧିତ ଖବର