ଏହି ଲୋକଙ୍କ ସହିତ କେବେ ବି ବିବାଦ କରନ୍ତୁ ନାହିଁ

ଆମେ ପ୍ରତିଦନ ବିଭିନ୍ନ ଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। ଏମାନଙ୍କ ଭିତରୁ କେହି କେହି ଖୁବ୍‌ ଜ୍ଞାନୀ ଆଉ କେହି ନିହାତିମୂର୍ଖ । ଏହାର ଅର୍ଥ ହେଲା ଉଭୟଙ୍କ ମଧ୍ୟରୁ ପ୍ରକୃତରେ କାହା ସହ ବିବାଦ କଲେ ଚଳିବ ତାହା ଜାଣିବା ଉଚିତ। ଚାଣକ୍ୟ କହିଛନ୍ତି କେବେ ବି ମୂର୍ଖ ଲୋକଙ୍କ ସହିତ ବିବାଦ କରିବା ଉଚିତ୍‌ ନୁହେଁ। କାହିଁକିନା ମୂର୍ଖଲୋକଙ୍କ ପାଖରେ ବିଲ୍‌କୁଲ୍‌ ହିଁ ବୁଝିବାର ଶକ୍ତି ରହି ନଥାଏ।

photo-youtube

ତେଣୁ ଯଦିି ଆପଣ ତାଙ୍କ ସହ ବିବାଦ କରନ୍ତି , ତେବେ ଆପଣଙ୍କର କେବଳ କ୍ଷତି ହିଁ ହୋଇଥାଏ।ଯାହାଫଳରେ କି ଏମିତି ଲୋକ ସହିତ ଯୁକ୍ତିି କରିବା ଯୋଗୁଁ ଆପଣଙ୍କ ଇଜ୍ଜତରେ କମି ଆସିଥାଏ।ଏଥିସହିତ ମୂର୍ଖ ଲୋକ ମାନସିକ ସ୍ତରରେ ଆପଣଙ୍କୁ ଦୂର୍ବଳ ମଧ୍ୟ କରିଥାଆନ୍ତି।ତେଣୁ ଏପରି ଲୋକଙ୍କ ଠାରୁ ରକ୍ଷା ପାଇବାକୁ ହେଲେ ଆପଣ ଚୁପ୍‌ ରହିବା ସହ ନିଜ ବିବେକ ଅନୁଯାୟୀ କାମ କରନ୍ତୁ। କୌଣସି କାରଣକୁ ନେଇ ଆପଣ କେବେବି ମୂର୍ଖ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର