ଏମ୍ଆର୍ଆଇ, ସିଟି ସ୍କାନ୍ ଏବଂ ଏକ୍ସ-ରେ କରିବା ପୂର୍ବରୁ ଏହି ସବୁ ସାବଧାନତା ଅବଲମ୍ବନ କରନ୍ତୁ
ନୂଆଦିଲ୍ଲୀ : ଡାକ୍ତରଖାନା ଯିବା ପୂର୍ବରୁ ଆପଣଙ୍କୁ କିଛି ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ । ଯଦି ଆପଣ ନିଜ ପାଇଁ ବା କାହାକୁ ନେଇ ଡ଼ାକ୍ତରଖାନା ଯାଉଛନ୍ତି ତେବେ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର । କାରଣ କିଛି ଦିନ ତଳେ ଆପଣ ଜାଣିଥିବେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ମୁମ୍ବାଇସ୍ଥିତ ନାୟର ହସ୍ପିଟାଲ ଯାଇଥିବା ବେଳେ ଏମ୍ଆର୍ଆଇ ମେସିନ୍ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ସେଭଳି ଘଟଣା ଯେପରି ଆପଣଙ୍କ ସହ ନ ଘଟେ ସେଥି ପାଇଁ କି କି ସାବଧାନତା ଆପଣ ଅବଲମ୍ବନ କରିବା ଦରକାର ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ଆର୍ଆଇ
୧.ଏମ୍ଆର୍ଆଇ ସ୍କାନ ଦିନ ଆପଣ ଖାଦ୍ୟ ଖାଇପାରିବେ ଏବଂ ପାଣି ପିଇ ପାରିବେ ଏବଂ ଜରୁରୀ ଓଷଧ ମଧ୍ୟ ଖାଇ ପାରିବେ ।
୨.କିଛି କିଛି ବିଷୟରେ ସ୍କାନର ୪ଘଣ୍ଟା ପୂର୍ବରୁ କିଛି ନ ଖାଇବା ପାଇଁ କୁହା ଯାଇଥାଏ । ସେଥିପାଇଁ ନିଜ ଡ଼ାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
୩.ଏମ୍ଆର୍ଆଇ କରିବା ପୂର୍ବରୁ ବିନା ମେକ୍ଅପ୍ରେ ଯାଆନ୍ତୁ । କାରଣ ପ୍ରସାଧାନ ସାମଗ୍ରୀରେ ମେଟାଲ ପାଉଡ଼ର ଥାଏ ।
୪. ଯାହାଙ୍କର ଏମ୍ଆର୍ଆଇ କରାଇବାକୁ ଯାଉଛନ୍ତି ତାଙ୍କର ପୂର୍ବ ମେଡ଼ିକାଲ ଟେଷ୍ଟର ରିପୋର୍ଟ ସାଥୀରେ ନିଅନ୍ତୁ ।
୫. ଧାତୁରେ ତିଆରି ହୋଇଥିବା ଜିନିଷ ଯେମିତିକି ଘଣ୍ଟା,ସୁନାଗହଣା ଏମିତିକି ମଙ୍ଗଳସୁତ୍ର ମଧ୍ୟ କାଢ଼ି ସ୍କାନ ପାଇଁ ଯାଆନ୍ତୁ । ଧାତୁରେ ତିଆରି ହୋଇଥିବା ଦାନ୍ତ ଏବଂ ଓ୍ଵିଗ୍, ଯେଉଁଥିରେ କିଛି ପରିମାଣରେ ଧାତୁ ଥାଏ ତାକୁ କାଢ଼ି ସ୍କାନ ପାଇଁ ଯାଆନ୍ତୁ ।
୬.ଶ୍ରବଣ ଯନ୍ତ୍ର ଏବଂ ହେୟାର ପିନ୍ ମଧ୍ୟ କାଢ଼ି ଦିଅନ୍ତୁ ।
୭.ମହିଳାମାନେ ପିନ୍ଧୁଥିବା ଅନ୍ତଃବସ୍ତ୍ରରେ ମେଟାଲର ବ୍ୟବହାର କରାଯାଇଥାଏ । ସ୍କାନ ପାଇଁ ଯିବା ପୂର୍ବରୁ ଏଗୁଡ଼ିକ ଉତ୍ତାାରିଦେବା ଦରକାର ।
ସିଟିସ୍କାନ୍
୧.ସିଟିସ୍କାନ କରୁଥିବା ରେଡ଼ିଓଲୋଜିଷ୍ଟ ଏବଂ ଡ଼ାକ୍ତରଙ୍କୁ ଆପଣଙ୍କ ପୁରା ମେଡ଼ିକାଲ ଇତିହାସ ବିଷୟରେ ଜଣାନ୍ତୁ । ପୂର୍ବରୁ କେଉଁ ରୋଗରେ ପଡ଼ି ସାରିଛନ୍ତି ସେ ବିଷୟରେ ଜଣାନ୍ତୁ ।
୨.ଯଦି ଆପଣଙ୍କୁ ସକାଳ ୮-୯ଟା ଭିତରେ ସିଟି ସ୍କାନ କରିବାର ଅଛି ତେବେ ରାତି ୧୨ଟା ପରେ କିଛି ଖାଆନ୍ତୁ ନାହିଁ ।
୩.ସୂତା ତିଆରି କପଡ଼ା ପିନ୍ଧିବା ଅତ୍ୟନ୍ତ ଭଲ ।
୪.ଯଦି ଆପଣ ଡ଼ାଇବେଟିସ ରୋଗୀ ତେବେ ସୁଗାର ସ୍ତର ୧୦୦ରୁ କମ ହେବା ଦରକାର । କପଡ଼ା ଧାତୁ ବିହୀନ ହେବା ଦରକାର ।
ଏକ୍ସ-ରେ
୧.ଯେଉଁ ଅଙ୍ଗର ଏକ୍ସରେ ହେବାକୁ ଥାଏ, ତା’ ପାଖରେ ଧାତୁରେ ଜିନିଷ ରଖିବା ବିପଦ ଜନକ ।
୨.ଗର୍ଭବତୀ ମହିଳାମାନଙ୍କୁ ଏକ୍ସରେ କରିବା ପାଇଁ ମନା କରାଯାଇଥାଏ ।
୩.ଯଦି ପେଟର କୌଣସି ଭାଗର ଏକ୍ସରେ ହେବାକୁ ଥାଏ ,ତେବେ ଖାଲି ପେଟରେ ଯାଆନ୍ତୁ ।